fbpx

ହଲିଉଡରେ ଭାରତ-ପାକିସ୍ଥାନ ମ୍ୟାଚକୁ ନେଇ କ୍ରେଜ୍, ଜାଣନ୍ତୁ କ’ଣ କହିଲେ WWE ସୁପରଷ୍ଟାର ଦି ରକ୍

ନୁଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମୁକାବିଲା ପାଇଁ ପୁରା ବିଶ୍ୱ ଚାହିଁ ରହିଛି। ଦୁଇ ଟିମ୍ ୨୩ ଅକ୍ଟୋବରରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(MCG)ରେ ସାମ୍ନାସାମ୍ନି ହେବେ। ଷ୍ଟାଡିୟମରେ ପ୍ରାୟ ୧ଲକ୍ଷ ଦର୍ଶକଙ୍କ ଉପସ୍ଥତିରେ ଏହି ମୁକାବିଲା ଖେଳାଯିବ। ଅନେକ କ୍ରିକେଟ୍ ପ୍ରେମି ଏହି ମୁକାବିଲାକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଡ୍ୱେନ୍ ଜନସନ(ଦି ରକ୍) ଏହି ମହାମୁକାବିଲାକୁ ନେଇ ନିଜର ମତ ଦେଇଛନ୍ତି।

ଜନସନ, WWE ରେ ଦି ରକ୍ ଭାବରେ ଜଣାଶୁଣା। ଟି-୨୦ ବିଶ୍ୱକପ ପ୍ରସାରଣକାରୀଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ଲାକ୍ ଆଡାମ’ର ପ୍ରମୋଶନ ପାଇଁ ସହଯୋଗ କରିଥିଲେ। ଷ୍ଟାର୍ ସ୍ପୋର୍ଟସ୍ ସେୟାର କରିଥିବା ଏକ ପ୍ରୋମୋରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ହଲିଉଡ୍ ଆଇକନ୍ କହିଛନ୍ତି। ପ୍ରମୋରେ ରକ୍ କହିଛନ୍ତି, “ଯେତେବେଳେ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ, ସେତେବେଳେ ବିଶ୍ୱ ବନ୍ଦ ହୋଇଯିବ। ଏହା କେବଳ କ୍ରିକେଟ୍ ମ୍ୟାଚ୍ ନୁହେଁ, ଏହାଠାରୁ ବହୁତ ଅଧିକ। ଏହା ହେଉଛି ଭାରତ ବନାମ ପାକିସ୍ତାନ ଟାଇମ।

MCG ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। ଏହି ଷ୍ଟାଡିୟମର କ୍ଷମତା 1 ଲକ୍ଷରୁ ଅଧିକ ଅଟେ। ଭାରତ ନିକଟରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିଥିବାବେଳେ ପାକିସ୍ତାନ ଇଂଲଣ୍ଡକୁ ହରାଇଥିଲା। ଏହାପରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡରେ ଟ୍ରାଇ-ସିରିଜ ଜିତିବା ପରେ ବିଶ୍ୱକପ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଛି।

 

Get real time updates directly on you device, subscribe now.