ଏଲନ ମସ୍କଙ୍କ ‘ଏକ୍ସ’ ପୁଣି ହେଲା ଡାଉନ୍‌, ଲଗାତାର ୨ଦିନରେ ସର୍ଭିସ ଠପ୍‌, କୋଟି କୋଟି ୟୁଜର୍ସ ପ୍ରଭାବିତ

ଏକ୍ସର ସର୍ଭିସ ଶନିବାର ଦିନ ପୁଣି ହୋଇଛି ଡାଉନ

ନୂଆଦିଲ୍ଲୀ: ପୁଣି ଡାଉନ ହେଲା ଏକ୍ସ। ଏଲନ ମସ୍କଙ୍କ ଏକ୍ସ ଶନିବାର ଅର୍ଥାତ ଆଜି ସଂପୂର୍ଣ୍ଣ ଭାବେ ଡାଉନ ହୋଇଛି। ଏକ୍ସର ଏହି ଆଉଟେଜର ପ୍ରଭାବ ସାରା ବିଶ୍ୱରେ ପଡ଼ିଛି। ଏଥିରେ କୋଟି କୋଟି ୟୁଜର୍ସ ପ୍ରଭାବିତ ହୋଇଛନ୍ତି।

୪୮ ଘଣ୍ଟାରେ ଦ୍ୱିତୀୟ ଥର ଏକ୍ସ ସର୍ଭିସ ଡାଉନ ହୋଇଛି। X ର ଡାଉନଟାଇମ୍ ମଧ୍ୟ ଏକ ଲୋକପ୍ରିୟ ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନଡିଟେକ୍ଟର ଦ୍ୱାରା ନିଶ୍ଚିତ କରାଯାଇଛି।

X ଡାଉନ ହେବା ସାରା ବିଶ୍ୱର ଉପଭୋକ୍ତାମାନଙ୍କୁ ପ୍ରଭାବିତ କରିଛି। ବିଭ୍ରାଟର କିଛି ମିନିଟ୍ ମଧ୍ୟରେ, ଡାଉନଡିଟେକ୍ଟରରେ ହଜାର ହଜାର ରିପୋର୍ଟ ପଞ୍ଜିକୃତ ହୋଇଛି।