ପୁଣି ବଢିଲା ଯମୁନା ଜଳସ୍ତର : ବର୍ଷାର ପ୍ରଭାବରେ ଦିଲ୍ଲୀ-ଏନସିଆର, ଆଇଟିଓ ବ୍ରିଜରେ ଟ୍ରଫିକ ଜାମ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଆଜି ବନ୍ୟା ହେବାର ସପ୍ତମ ଦିନ, କିନ୍ତୁ ଦିଲ୍ଲୀର ଅସୁବିଧା ଥନୀବାର ନାମ ନେଉ ନାହିଁ । ପାଣିକୁ ବାହାର କରିବା ପାଇଁ ଲଗାଯାଇଥିବା ପମ୍ପ ମଧ୍ୟ କିଛି କାମ ଦେଉ ନାହିଁ । ଏହା ମଧ୍ୟରେ ଜୁଲାଇ ୧୭ ଅର୍ଥାତ ଆଜି ସକାଳୁ ହିଁ ଅନେକ ସ୍ଥାନରେ ପୁଣି ବର୍ଷା ହେବାର ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଯମୁନା ନଦୀର ଜଳସ୍ତର ପୁଣି ଥରେ ବଢିଯାଇଛି । ସକାଳ ୯ଟା ସମୟରେ ଜଳସ୍ତର ୨୦୫.୮ ମିଟର ରେକର୍ଡ କରାଯାଇଥିବା ବେଳେ ସକାଳ ୫ଟା ସମୟରେ ଯମୁନାର ଜଳସ୍ତର ୨୦୫.୪୫ ମିଟର ରହିଥିଲା । ଯମୁନାର ଜଳସ୍ତର ସକାଳ ୫ଟା ଠାରୁ ୯ଟା ମଧ୍ୟରେ ୧୩ ସେଣ୍ଟିମିଟର ବଢିବାର ରେକର୍ଡ କରାଯାଇଛି । ଏହାର ସ୍ତର ସନ୍ଧ୍ୟା ପର୍ଯ୍ୟନ୍ତ ୨୦୫.୮୩ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

କୁହାଯାଉଛି ଯେ, ଯମୁନାର ଜଳସ୍ତର ବୃଦ୍ଧି ହେତୁ ଦିଲ୍ଲୀର ଅନେକ ଅଞ୍ଚଳ ପାଣିରେ ବୁଢି ରହିଛି । ଏବେ ପର୍ଯ୍ୟନ୍ତ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏବେ ବି ପାଣି ଭରି ହୋଇଅଛି । ଅନ୍ୟପଟେ ପୁଣି ଆଜି ସକାଳ ସମୟରେ ବର୍ଷା କାରଣରୁ ଆଇଟିଓ ବ୍ରିଜରେ ଲମ୍ବା ଟ୍ରାଫିକ ଲାଗିଛି । ଦିଲ୍ଲୀର ଜାଗା-ଜାଗାରେ ପାଣି ଭରି ଯିବା କାରଣରୁ କେତେକ ଅଞ୍ଚଳରେ ଟ୍ରଫିକ ଜାମ ହୋଇଯାଇଛି ।