fbpx

(Video) ତୁ ଆସେ ମୋ ପାଖରେ ଶୋଇବୁ, ତୋ ସ୍ୱାମୀ ତତେ ପୋଷି ପାରିବନି: ମହିଳାଙ୍କୁ ଅଶ୍ଲୀଳ ବ୍ୟବହାର ଓ ପ୍ରବଳ ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଜଗତରୁ ଆସିଛି ଏକ ସାଂଘାତିକ ଅଭିଯୋଗ । ପାର୍ବତୀ ଗଣନାଟ୍ୟର କଳାକାରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏନେଇ କାନ୍ଦି କାନ୍ଦି ନିଜ ଛୁଆକୁ ଧରି ଅଭିଯୋଗ କରିଛନ୍ତି ଜଣେ ମହିଳା । ମହିଳାଙ୍କୁ ଓ ତାଙ୍କୁ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ମହିଳା ଜଣଙ୍କ କହିଛନ୍ତି ।

ଏନେଇ ପୀଡ଼ିତା ମହିଳା କହିଛନ୍ତି, ମୋ ସ୍ୱାମୀଙ୍କୁ ଟ୍ରକ ଚଢ଼ାଇଦେବା ସହ ମୋତେ କହୁଛନ୍ତି ଆସେ ଆମ ପାଖରେ ରହିବୁ । ଏଥିସହିତ ଅନେକ ଖରାପ ଭାଷାରେ କଥାବାର୍ତ୍ତା କରିଛନ୍ତି । ତୋର ଯାତ୍ରା ପାର୍ଟି ସ୍ୱାମୀ ତୋତେ ପୋଷି ପାରିବନି, ତୁ ଆସେ ଆମ ପାଖରେ ଶୋଇବୁ ବୋଲି କହି ଅଶ୍ଲୀଳତାର ସୀମା ଟପିଛନ୍ତି ।

ମୋ ସ୍ୱାମୀ ଖାଇବାକୁ ଆଣିବାକୁ ଯାଇଥିବା ସମୟରେ ସେଠାରେ କେହି ଖାଦ୍ୟ ଦେବାକୁ ନଥିଲେ । ତେଣୁ ମୋ ସ୍ୱାମୀ ନିଜେ ଖାଇବା ବାଢ଼ିଥିଲେ । ଏହାପରେ ଦୁଇଜଣ ମ୍ୟାନେଜର ଆସି କହିଥିଲେ ତୁମେ କଣ୍ଡରା, ମହାଳିକ, ଅଜାତି ଲୋକ । ତୁମକୁ ଖାଦ୍ୟ ଛୁଇଁବାକୁ କିଏ କହିଲା । ଏହାପରେ ସେମାନେ ମୋ ସ୍ୱାମୀଙ୍କୁ ସେମାନେ ପ୍ରବଳ ମାଡ଼ ମାରିଥିଲେ । ମୋ ଚୁଟି ଝିଙ୍କିବା ସହ ମୋ ନାଇଟ୍ ଚିରିଦେଲେ । ଏଥିସହିତ ମୋ ଛୋଟ ଛୁଆକୁ ମଧ୍ୟ ମାରିବାକୁ ପଛାଇଲେ ନାହିଁ ।

Get real time updates directly on you device, subscribe now.