୧୨ କ୍ରିକେଟରଙ୍କ ସନ୍ୟାସ ଘୋଷଣା ପରେ ୨୦୨୪, ଭାରତର ‘Retirement Eleven’

ନୂଆଦିଲ୍ଲୀ- ୨୦୨୪ ଭାରତୀୟ କ୍ରିକେଟ ପାଇଁ କଭି ଖୁସି, କଭି ଗମର ବର୍ଷ । ଏହି ବର୍ଷ ଟିମ ଇଣ୍ଡିଆ ଟି-୨୦ ୱାର୍ଲଡ କପ ଜିତିଥିବା ବେଳେ କିନ୍ତୁ ଏହି ବର୍ଷ ୧୨ ଷ୍ଟାର ଖେଳାଳି କ୍ରିକେଟକୁ ଅଲବିଦା କହିଛନ୍ତି । ଫ୍ୟାନ୍ସଙ୍କୁ ସବୁଠୁ ଅଧିକ ଝଟକା ଲାଗିଛି ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ଶେଖର ଧବନ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପରି ଷ୍ଟାର ପ୍ଲେୟରଙ୍କ ସନ୍ୟାସ । ତେବେ ରୋହିତ ଓ ଜାଡେଜା କେବଳ ଟି-୨୦କୁ କେବଳ ଗୁଡବାଏ କରିଛନ୍ତି ।

ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଜୁନରେ ଟି-୨୦ ୱାର୍ଲଡ କପ ଜିତିଥିଲା । ବାରବାଡୋସରେ ଫାଇନାଲରେ ଭାରତର ପତାକା ଲହରାଇବା ପରେ ବିରାଟ ଓ ରୋହିତ ଟି-୨୦ ଇଣ୍ଟରନାସନାଲରୁ ସନ୍ୟାସ ଘୋଷଣା କରିଦେଲେ । ଏହା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ତା ପର ଦିନ ଜାଡେଜା ସମାନ ଘୋଷଣା କରିଦେଲେ ଟି-୨୦ ଇଣ୍ଟରନାସନାଲ ଖେଳରୁ । ଏହା ପରେ ୱାର୍ଲଡ କପ ଜିତିବାର ଖସି ଯେମିତି କ୍ରିକେଟ ପ୍ରେମୀଙ୍କ ହୃଦୟକୁ କୋରିଦେଇଥିଲା ଦୁଃଖରେ ।

ଏହା ପୂର୍ବରୁ ଜୁନ ୧ ତାରିଖରେ ଟିମର ଷ୍ଟାର ଓି୍ୱକେଟ କିପର ଦିନେଶ କାର୍ତ୍ତିକ ତାଙ୍କ ଜନ୍ମ ଦିନରେ ସମସ୍ତ ଫ୍ୟାନ୍ସଙ୍କୁ କ୍ରିକେଟର ସବୁ ୱିଂରୁ ସନ୍ୟାସ ନେବାର ଯନ୍ତ୍ରଣାଦାୟକ ଉପହାର ଭେଟି ଦେଇଥିଲେ । କେବଳ ଜୁନ ମାସରେ ହିଁ ଭାରତୀୟ ଟିମ ୪ ଆଗଧାଡିର ଖେଳାଳି ଦେଇଥିଲେ ଦମଦାର ଝଟକା ।

ସେତିକିରେ ସରିଲାନି ସନ୍ୟାସ ଘୋଷଣାର ପର୍ବ । ଅଗଷ୍ଟ ୨୪ରେ ଷ୍ଟାର ଓପନର ଶେଖର ଧବନ ଇଣ୍ଟରନାସନାଲ ଓ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଦେଲେ । ଧବନ ୨୦୧୩ରେ ଭାରତୀୟ ଟିମ ଜିତିଥିବା ଚାମ୍ପିୟନ୍ସ ଟ୍ରଫିର ଅଂଶ ଥିଲେ । ଏହା ପରେ ନଭେମ୍ବର ମାସରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ସାହ କ୍ରିକେଟକୁ ଅଲବିଦା କରିଦେଲେ । ଋଦ୍ଧିମାନ ୨୦୧୦ରେ ଇଣ୍ଟରନାସନାଲ କ୍ରିକେଟରେ ଡେବ୍ୟୁ କରିବା ସହ ୪୦ ଟେଷ୍ଟ ଓ ୯ ୱାନଡେ ମ୍ୟାଚ ଖେଳିଥିଲେ ।

ଏମାନଙ୍କ ବ୍ୟତୀତ, ଭାରତୀୟ ଷ୍ଟାର ଖେଳାଳି କେଦାର ଜାଦବ, ବରୁଣ ଆରୋନ, ବରିନ୍ଦର ସରାଂ, ସିଦ୍ଧାର୍ଥ କୌଲ ଓ ସୌରଭ ତିବାରୀ କ୍ରିକେଟର ତିନି ଫର୍ମାଟକୁ ଅଲବିଦା କରିଛନ୍ତି । ଲାଗୁଥିଲା ଏହି ସନ୍ୟାସ ପର୍ବରେ ଜବନିକା ପଡିବ । କିନ୍ତୁ ଏତିକିରେ ସରିଲାନି, ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ଡର ଗାଭାଷ୍କର ଟ୍ରଫି ମଝିରେ ଇଣ୍ଟରନାସନାଲ କ୍ରିକେଟକୁ ଅଲବିଦା କହିଦେଲେ । ଗୋଟିଏ ବର୍ଷରେ ୧୨ ଖେଳାଳି କ୍ରିକେଟକୁ ଅଲବିଦା କହିବା ପରେ ୨୦୨୪ ରିଟାର୍ଡମେଣ୍ଟ ଇଲେଭେନ ହୋଇଗଲା ।

ଏହି ବର୍ଷ ବିରାଟ, ରୋହିତ, ଜାଡେଜା ଟି-୨୦ ଇଣ୍ଟରନାସନାଲକୁ ଅଲବିଦା କରିଛନ୍ତି । ଅଶ୍ୱିନ ଇଣ୍ଟରନାସନାଲ କ୍ରିକେଟରୁ ଅବସର ନେଇଥିବା ବେଳେ ଦିନେଶ, ଶେଖର, କେଦାର, ଋୁଦ୍ଦିମାନ, ବରୁଣ, ବରିନ୍ଦର, ସିଦ୍ଧାର୍ଥ, ସୌରଭ ତିନି ଫର୍ମାଟର କ୍ରିକେଟକୁ ଗୁଡବାଏ କରିଦେଲେ ।