fbpx

୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି ।

ସେ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ । ଦୀର୍ଘଦିନ ହେଲା ୟେଦୁରପ୍ପା ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ସେ ଖଣ୍ଡନ କରି ଆସୁଥିଲେ । ହେଲେ ଗୁରୁବାର ପଦ ଛାଡ଼ିବେ ବୋଲି ସଙ୍କେତ ଦେଇଛନ୍ତି ଯେଦୁରପ୍ପା । ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକାରେ ବିଜେପି ସରକାରକୁ ୨ ବର୍ଷ ପୂରିବ । ଏହି ଅବସରରେ ବସିବାକୁ ଥିବା ଏକ ବୈଠକରେ ସେ ଇସ୍ତଫା ଦେଇପାରନ୍ତି ।

Get real time updates directly on you device, subscribe now.