fbpx

ଗ୍ରୀଷ୍ମ ପ୍ରବାହ ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisement

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି ।ପଶ୍ଚିମ ଓଡ଼ିଶାର ୬ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି । ଏହି ୬ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୬ଜିଲ୍ଳାଗୁଡ଼ିକ ହେଉଛି କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ । ଏହି ୬ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି ।

ଅନ୍ୟପଟେ ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଥିବା ନେଇ ସୂଚନା ରହିଛି । ଅନୁଗୁଳରେ ସର୍ବାଧିକ ୪୩.୭ ଡିଗ୍ରୀ ତାପମାତ୍ରା, ଟିଟଲାଗଡ଼ରେ ୪୩, ବୌଦ୍ଧରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୨.୫, ବଲାଙ୍ଗୀରରେ ୪୨.୫, ତାଳଚେରରେ ୪୨.୫, ସୋନପୁରରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ଭବାନୀପାଟଣାରେ ୪୨, ମାଲକାନଗିରିରେ ୪୧, ଫୁଳବାଣୀରେ ୪୦.୪, ପାରଳାଖେମୁଣ୍ଡି ଏବଂ ସୁନ୍ଦରଗଡ଼ରେ ୪୦ଡିଗ୍ରୀ । ଭୁବନେଶ୍ୱରରେ ତାପମାତ୍ରା ୩୬.୩ ଥିବା ବେଳେ କଟକରେ ୩୬.୨ ରହିଛି ।

Get real time updates directly on you device, subscribe now.