fbpx

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ! ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ । ଆଜି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଯାହାର ପ୍ରଭାବରେ ଆଜି ବିଜୁଳି ଏବଂ ଘଡଘଡି ସହିତ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ରାଜ୍ୟର ସତର୍କ ସୂଚନାର ଜାରି କରିବା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସାଙ୍ଗକୁ ଅଧିକାଂଶ ସ୍ଥାନରେ ୩୦-୪୦ କିଲୋମିଟର ବେଗରେ ପବନ ବହିଥିବା ଦେଖାଯାଇଛି ।

ସେପଟେ ମୌସୁମିର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି । ଯାହା ଗତ ୫ ଦିନ ହେଲା ହଲିବାର ନାଁ ନେଉ ନାହିଁ । ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ବଢୁନି । ପାଣୀପାଗ ବିଭାଗ ପୁର୍ବାନୁମାନ କରୁଛି ଯେ, ଆଗକୁ ଏଭଳି ସ୍ଥିତିରୁ ଜୁନ୍ ୧୦ ଯାଏଁ ତ୍ରାହି ନାହିଁ । ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ନାହିଁତ । ତେବେ ଆଗାମୀ ୨ରୁ ୩ ଦିନରେ ସ୍ଥିତି ସାମାନ୍ୟ ପରିବର୍ତ୍ତନ ଆସିପାରେ । ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପକୂଳଠୁ ପଶ୍ଚିମ ଓଡ଼ିଶା ସବୁଠି ତାତିର ରାଜୁତି । ପଶ୍ଚିମ
ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି ।

Get real time updates directly on you device, subscribe now.