fbpx

ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ଆଉ ୨୪ ବିଧାୟକ: ଆସନ୍ତାକାଲି ମିଳିବ ଦାୟିତ୍ୱ!

କର୍ଣ୍ଣାଟକ: ଆସନ୍ତାକାଲି ଆଉ ୨୪ ଜଣ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପାହ୍ୟା । ବିଧାୟକରୁ ସିଧା ମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ୨୪ ଜଣ ବିଧାୟକ । ଏ ନେଇ ଦିଲ୍ଲୀରେ ହୋଇତିବା ଏକ ବୈଠକରେ କିଛି ନାଁ ଉପରେ ମୋହର ମଧ୍ୟ ବାଜି ସାରିଛି । ତେବେ ଏ ନେଇ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିପାରନ୍ତି ।

ସୂଚନା ଅନୁସାରେ, କର୍ଣ୍ଣାଟକର ୨୪ ଜଣ ବିଧାୟକ ଆସନ୍ତାକାଲି ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ବିଧାୟକ ପଦରୁ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ଟାଣୁଆ ନେତା । ଏଥିପାଇଁ ଦିଲ୍ଲୀରେ ହୋଇଥିବା ଏକ ବୈଠକରେ ଉପଯୁକ୍ତ ବିଧାୟକଙ୍କ ନାମ ଚୂଡାନ୍ତ ହୋଇ ସାରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲ ଗାନ୍ଧିଙ୍କ ସହ ଆଲୋଚେନା କରିପାରନ୍ତି ବୋଲି ଜଣାଯାଇଛି । ତେବେ ଏହାପୂର୍ବରୁ ଗତ ୨୦ ତାରିଖରେ ରାଜ୍ୟର ୮ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତି କୌଣସି ବିଧାୟକଙ୍କୁ ବିଭାଗ ବଣ୍ଟନ କରାଯାଇ ନାହିଁ । ଆସନ୍ତାକାଲିର ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କର ବିଭାଗ ବଣ୍ଟନ କରାଯିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.