fbpx
BSKY
BJD SHG SKY
BJD MC SKY

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜିଠାରୁ ଆସନ୍ତା ଫେବୃଆରୀ ମାସ ୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀ ଆଶଙ୍କା ରହିଛି । ଏନେଇ ସତର୍କ ରହିବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ଏହି ଅବସରରେ ଜନସାଧାରଣ ଲୋକଙ୍କୁ ସଚେତନ କରାଇବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କୋଠାଘର ଖୋଲିବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଛି । ରାତିରେ ବାଇକ ଓ ଖୋଲା କାରରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବାହାରକୁ ନ ବାହାରିବାକୁ କୁହାଯାଇଛି ।

ରାଜ୍ୟର ୧୧ଟି ଜିଲ୍ଲାକୁ ଶୀତ ଲହରୀ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଆଶଙ୍କା କରାଯାଉଛି । ଏଥିସହ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.