fbpx

ବଢୁଛି ତାତି! ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଧିରେ ଧିରେ ବଢୁଛି ତାତି । ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୨ ଡିଗ୍ରୀ ବୃଦ୍ଧି ପାଇପାରେ ଦିନର ତାପମାତ୍ରା । ଗ୍ରୀଷ୍ମପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୨୦ଟି ଜିଲ୍ଲାଗୁଡିକ ଯଥା- ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।

Get real time updates directly on you device, subscribe now.