fbpx

୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୩ା୩ (ଓଡିଶା ଭାସ୍କର): ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସୁଦ୍ଧା ୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି । ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛ । ୭ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ଅନୁଗୁଳ ଆଦି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି । ସେହିପରି ପୁରୀ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ନୟାଗଡ଼ରେ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତାତିରୁ ନିସ୍ତାର ମିଳିବା ସହ ଜଙ୍ଗଲ ନିଆଁ ବି ଲିଭିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.