fbpx

ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର ୬ା୪ (ଓଡିଶା ଭାସ୍କର) : ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଆସନ୍ତା ୮ ତାରିଖରୁ ୧୧ ତାରିଖ ସକାଳ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, ମୟୁରଭଞ୍ଜ, ଗଞ୍ଜାମ, କନ୍ଧମାଳ ଓ ମାଲକାନାଗିରି । ଏହି ଜିଲ୍ଲା ମାନଙ୍କରେ ବର୍ଷା ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି । ତେଣୁ ଏପ୍ରିଲ୍ ୮ ପାଇଁ ଏହି ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ରାଜ୍ୟରେ ଗ୍ରୀଷ୍ମକାଳୀନ ପ୍ରବାହରୁ ଏହି ବର୍ଷା ଆଶ୍ୱସ୍ତି ଆଣିପାରିବ ବୋଲି ଆଶା ପ୍ରକାଶ କରାଯାଉଛି ।

Get real time updates directly on you device, subscribe now.