fbpx

YES ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି, ମନି ଲଣ୍ଡ୍ରିଂ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଘରୋଇ ସେକ୍ଟର ୟେସ୍ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ମୁମ୍ବାଇ ସ୍ଥିତ ସ୍ପେସାଲ କୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି । ପ୍ରାୟ ୪୬୬.୫୧ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ରାଣା ୪ ବର୍ଷ ହେଲା ଜେଲରେ ବନ୍ଦ ଥିଲେ ।

ସୂଚନାରୁ ପ୍ରକାଶ ୨୦୨୦ ମାର୍ଚ୍ଚରେ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣା କପୁରଙ୍କୁ ଗିରଫ କରିଥିଲା । ବ୍ୟାଙ୍କ ସମ୍ବନ୍ଧୀୟ ଅର୍ଥ ଠକେଇ ମାମଲାରେ ତାଙ୍କ ବିରୋଧରେ ୮ଟି ମାମଲା ରୁଜୁ ହୋଇଥିଲା । ରାଣା କପୁରଙ୍କ ଓକିଲ ରାହୁଲ ଅଗ୍ରୱାଲଙ୍କ କହିବାନୁଯାୟୀ ତାଙ୍କ ଜାମିନ ପାଇଁ ଶୀଘ୍ର ଫର୍ମାଲିଟି ଶେଷ କରାଯିବ । ତେବେ ଅଦାଲତ ରାଣା କପୁର ଏବଂ ତାଙ୍କ ଅବନ୍ତା ଗ୍ରୁପ୍ ପ୍ରୋମୋଟର ଗୌତମ ଥାପରଙ୍କ ବିରୋଧରେ ୪୬୬.୫୧ କୋଟି ଟଙ୍କା ହେରଫେର ମାମଲା, ଅପରାଧିକ ବିଶ୍ୱାସଘାତ, ଠକାମୀ ଏବଂ ଜାଲିଆତି ଭଳି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.