fbpx

ପାଣି ଭିତରେ ନିଆରା ଢ଼ଙ୍ଗରେ ଯୋଗ କରୁଛନ୍ତି ହରିଚନ୍ଦନ

ବାଲେଶ୍ୱର, ୧୩ା୪ (ଓଡିଶା ଭାସ୍କର) : ଆମେ ଆମ ଜୀବନରେ ସ୍ୱାସ୍ଥ୍ୟକୁ ଭଲ ଏବଂ ସମୃଦ୍ଧ ରଖିବାକୁ ଯୋଗ କରିଥାଉ । ଯୋଗରେ ବିଭିନ୍ନ ପ୍ରକାରର ମୁଦ୍ରା ରହିଛି ଯାହା କରିବା ବେଳେ ବେଳେ କଷ୍ଟସାଧ୍ୟ ମନେ ହୁଏ । ହେଲେ ବାଲେଶ୍ୱର ଜିଲ୍ଲାର ହରିଚନ୍ଦନ ଅସମ୍ଭବ ମନେ ହେଉଥିବା ଯୋଗକୁ ଖୁବ୍ ସୁନ୍ଦର ଭାବରେ କରିପାରନ୍ତି । ଏବେ ସେ ଏକ ବିଶେଷ ଧରଣର ଯୋଗ ମୁଦ୍ରା ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି କଷ୍ଟସାଧ୍ୟ ଯୋଗ ହେଲା ଗରୁଡା ଆସନ, ଗମୁଖା ଆସନ, ତିତିଭାସନ, ଶୀର୍ଷ ପଦୋଟାସନ ଏବଂ ବକାସନ ଆଦି କରି ଚର୍ଚ୍ଚାରେ ଅଛନ୍ତି ଏହି ଯୁବକ । ଆଉ ଏବେ ସେ ପାଣି ଭିତରେ ଯୋଗ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ହରିଚନ୍ଦନ ପାଣି ଭିତରେ ପ୍ରାୟ ଦେଢ଼ ମିନିଟ୍ ପର୍ଯ୍ୟନ୍ତ ଶୀର୍ଷା ଆସନରେ ରହି ତିନି ପ୍ରକାରର ଯୋଗ କରିପାରୁଛନ୍ତି । ସେ କୁହନ୍ତି ପାଣି ଭିତରେ ଏପରି ଯୋଗ କରିବା ଦ୍ୱାରା ଶରୀରର ସନ୍ତୁଳନ ଭଲ ରହିବ ଏବଂ ମସ୍ତିସ୍କ ଶାନ୍ତ ସହ ଏକାଗ୍ରତା ବୃଦ୍ଧି ହେବ । ଭବିଷ୍ୟରେ ସେ ଏକ ଯୋଗ ଗୁରୁ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ବିନା ଔଷଧରେ ଶରୀରକୁ ସୁସ୍ଥ ରଖିବା ହେଉଛି ତାଙ୍କ ମୁଳ ଉଦ୍ଦେଶ୍ୟ ବୋଲି ସେ କୁହନ୍ତି ।

ସେ ହେଉଛନ୍ତି ବାଲେଶ୍ୱର ରେମୁଣା ବ୍ଲକ୍ ର ହାତିଆଗଣ୍ଡ ଗ୍ରାମର ବାସିନ୍ଦା । ତାଙ୍କ ବାପାଙ୍କ ନାଁ ଲମ୍ବୋଦର ଦାସ ଏବଂ ମାଁ ଙ୍କ ନାଁ ମଞ୍ଜୁଲତା ଦାସ । ତେବେ ହରିଚନ୍ଦନଙ୍କ ଛୋଟ ବେଳରୁ ହିଁ ଯୋଗ କରିବାରେ ରୁଚି ରହିଥିଲା । ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ଯୋଗ ଶିଖିବା ଆରମ୍ଭ କରିଥିଲେ । ଏହାପରେ ନିଜ ଗାଁର ପିଲାମାନଙ୍କୁ ମାଗଣାରେ ଯୋଗ ଶିଖାଉଥିଲେ । ୨୦୦୯ରେ ସେ ଦିଲ୍ଲୀରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୋଗା ଅନଲାଇନ୍ ମାଧ୍ୟମରେ କରିଥିଲେ । ହେଲେ ଏବେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗରେ ପିଜି କରୁଛନ୍ତି । ଆଉ ନିଜ ରୁଚିକୁ ପେଶାରେ ଲଗାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.