fbpx
BJD
BJD SKY
BJD SKY

ହୋଲି ପୂର୍ବରୁ ଯୋଗୀ ସରକାରଙ୍କ ଉପହାର, ୪%ର ବୃଦ୍ଧି ହେଲା DA, ୧୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ଲାଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ହୋଲି ପୂର୍ବରୁ ବଡ଼ ଉପହାର ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର କର୍ମଚାରୀ ଏବଂ ପେନସନଧାରୀଙ୍କ DAରେ ୪%ର ବୃଦ୍ଧି କରିଛନ୍ତି । ଜାନୁଆରୀ ୨୦୨୪ ପର ଠାରୁ ରାଜ୍ୟ କର୍ମଚାରୀମାନେ ଏହି ବୃଦ୍ଧିର ଲାଭ ପାଇପାରିବେ । ରାଜ୍ୟର ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ରାଜ୍ୟ କର୍ମଚାରୀ, ପେନସନଧାରୀ ଏବଂ ୮ ଲକ୍ଷ ଶିକ୍ଷକମାନେ ଉପକୃତ ହେବେ । ଏନେଇ ଅର୍ଥ ବିଭାଗ ତରଫରୁ ଅନୁମୋଦନ ମିଳିଛି । ଏ ସମ୍ବନ୍ଧରେ ଆଜି(ସୋମବାର) ଏକ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ଉତ୍ତରପ୍ରଦେଶ ସରକାରଙ୍କ DAରେ ୪%ର ବୃଦ୍ଧି କାରଣରୁ କର୍ମଚାରୀଙ୍କ ହୋମ୍ ଟେକ୍ ଦରମା ମଧ୍ୟ ବୃଦ୍ଧି ପାଇବ । ଏଣିକି ସେମାନଙ୍କୁ ୪୬ % ମହଙ୍ଗା ଭତ୍ତା(DA) ବଦଳରେ ୫୦% ମହଙ୍ଗା ଭତ୍ତା ମିଳିବ । ରିବା କାରଣବୃଦ୍ଧି କରିବା ଛନ୍ତି । ପ୍ରାୟ ୧୨ ଲକ୍ଷ ପେନସନଧାରୀଙ୍କୁ ଏହି ବୃଦ୍ଧିର ଲାଭ ମଳିବ । ଏହା ବ୍ୟତୀତ DAରେ ବୃଦ୍ଧି କାରଣରୁ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ୩୧୪ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କହିରଖୁଛୁ ନିକଟରେ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଥଲେ ।

Get real time updates directly on you device, subscribe now.