fbpx
BSKY
BJD MC SKY
BJD YOUTH SKY

ବାବରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର, ବିଜେପିକୁ ଭୋଟ୍ ଦେବାରୁ ପିଟି ପିଟି ହତ୍ୟା କରାଯାଇଥିଲା

ଲକ୍ଷ୍ନୌ ୨୮।୦୩: କୁଶୀନଗରରେ ପିଟି ପିଟି ହତ୍ୟା କରାଯାଇଥିବା ବାବର ଅଲ୍ଲୀଙ୍କ ପରିବାରକୁ ଯୋଗୀ ସରକାର ଦେବେ ୨ ଲକ୍ଷ ଟଙ୍କା। ବିଜେପି ପକ୍ଷରେ ଭୋଟ୍ ଦେବା ଏବଂ ସରକାର ଗଠନ ପରେ ମିଠା ବଣ୍ଟାକୁ ନେଇ ବିବାଦ ପରେ ମୁସଲିମ ଯୁବକ ବାବରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ ଆଦେଶ ଦେଇଛନ୍ତି।

ରାମକୋଲା ଥାନା ଅନ୍ତର୍ଗତ କଠଘରହି ନିବାସୀ ବାବର ଅଲ୍ଲୀ ବିଜେପି ସମର୍ଥନରେ ଭୋଟ୍ ଦେଇଥିଲେ। ପରେ ବିଜେପିର ବିଜୟ ପରେ ମିଠା ବାଣ୍ଟି ବାଣ ଫୁଟାଇଥିଲେ। ଏହାକୁ ନେଇ ମାର୍ଚ୍ଚ ୨୧ରେ ପଡୋଶୀଙ୍କ ସହ ବିବାଦ ପରେ ମାରପିଟ୍ ହୋଇଥିଲା। ଏଥିରେ ବାବର ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଚିକିତ୍ସା ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୫ରେ ତାଙ୍କର ମୃତ୍ୟୁ ଘଟିଥିଲା।

ୟୁପିର ନବ ନିଯୁକ୍ତ କ୍ୟାବିନେଟ୍ ମନ୍ତ୍ରୀ ଦୟାଶଙ୍କର ସିଂହ କହିଛନ୍ତି, ଯୋଗୀ ସରକାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ପୋଲିସ ମାମଲାର ତଦନ୍ତ ଚଳାଇଛି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Get real time updates directly on you device, subscribe now.