fbpx

ଆପଣ ବି ପିଏମ କିଷାନର ଫାଇଦା ଉଠାଉଛନ୍ତି କି ? ଏହି କାରଣରୁ ଯିବାକୁ ପଡ଼ିପାରେ ଜେଲ୍

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଏମ କିଷାନ ଯୋଜନା ଅଧୀନରେ ବର୍ଷକରେ ୩ କିସ୍ତିରେ ଚାଷୀଙ୍କୁ ୬,୦୦୦ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଉଛି । ପ୍ରତି ୪ ମାସରେ ୨,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି । ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଏପରି ଅନେକ ଚାଷୀ ସାମିଲ ହୋଇଛନ୍ତି, ଯେଉଁମାନେ ଏହି ଯୋଜନାର ସର୍ତ୍ତାବଳୀ ପୂରଣ କରୁନାହାଁନ୍ତି ଏବଂ ଏହି ଯୋଜନାର ଲାଭ ଉଠାଉଛନ୍ତି ।

ଏଭଳି ଅଯୋଗ୍ୟ ଚାଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାର ବର୍ତ୍ତମାନ ଏହି ଅଯୋଗ୍ୟ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ ଅର୍ଥ ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବାହାରର ବାଟ ଦେଖାଇବେ ସରକାର । ଭୁଲ ମାଧ୍ୟମରେ କିସ୍ତି ଟଙ୍କା ଉଠାଉଥିବା ଲୋକଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି ।

୧୩ ତମ କିସ୍ତି ରିଲିଜ୍ ହେବା ପରଠାରୁ ଦେଶର କୋଟି କୋଟି ଚାଷୀଭାଇମାନେ ୧୪ ତମ କିସ୍ତିକୁ ଅନାଁଇ ବସିଛନ୍ତି । ସେମାନଙ୍କର ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ଭାରତ ସରକାର ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରନ୍ତି ।

ଯଦି ଆପଣଙ୍କ ଘରେ ଗୋଟିଏ ଜମିରେ ଏକରୁ ଅଧିକ ପରିବାର ସଦସ୍ୟ ପିଏମ କିଷାନ ଅଧିନରେ କିସ୍ତି ନେଉଛନ୍ତି, ତେବେ ଆପଣଙ୍କୁ ୨୦୦ ପିଏମ କିସାନଙ୍କ ଅଧୀନରେ ଏକରୁ ଅଧିକ ପରିବାର ସଦସ୍ୟ କିସ୍ତି ନେଉଛନ୍ତି, ତେବେ ଆପଣଙ୍କୁ ୨୦୦୦ ଟଙ୍କା କିସ୍ତି ଟଙ୍କା ଫେରସ୍ତ କରିବାକୁ ପଡିବ । ଧରାଯାଉ ଗୋଟିଏ ପରିବାରରେ ଗୋଟିଏ ଜମିରେ ଯଦି ମା, ବାପା, ପୁଅ, ବୋହୂ ପିଏମ କିଷାନର କିସ୍ତି ପାଉଛନ୍ତି, ତେବେ ସେମାନଙ୍କୁ ସରକାରଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ । ନିୟମ ଅନୁଯାୟୀ, ପରିବାରର କେବଳ ଜଣେ ସଦସ୍ୟ ପିଏମ କିଷାନଙ୍କ ଅଧୀନରେ କିସ୍ତି ପାଇପାରିବେ । ତାଙ୍କ ବିରୋଧରେ ଠକେଇ ମାମଲା ପଞ୍ଜିକୃତ ହୋଇପାରେ ଏବଂ ଏପରି କ୍ଷେତ୍ରରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ ।

Get real time updates directly on you device, subscribe now.