fbpx

ସରକାରୀ ବ୍ୟାଙ୍କ ସହ ଜଡ଼ିତ ହୋଇ ମାସକୁ ୫ ହଜାର ଟଙ୍କା ରୋଜଗାର କରିପାରିବେ, ଜାଣନ୍ତୁ କିପରି କରିବେ ଆବେଦନ?

AAKASH

ନୂଆଦିଲ୍ଲୀ: ପ୍ରତି ମାସରେ ଏକ ଫିକ୍ସଡ ଇନକମ୍ ଚାହୁଁଥିଲେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ କୌଣସି ସରକାରୀ ବ୍ୟାଙ୍କ ସହ ଜଡ଼ିତ ଅଛନ୍ତି, ତେବେ ପ୍ରତି ମାସରେ ଭଲ ରୋଜଗାର କରିପାରିବେ । ତେବେ ସରକାରୀ ବ୍ୟାଙ୍କ ସର୍ଭିସ ଦେବା ସହିତ ରୋଜଗାର କରିବାର ସୁଯୋଗ ମଧ୍ୟ ଦେଉଛି । ଯଦି ଆପଣ କୌଣସି ବି ସରକାରୀ ବ୍ୟାଙ୍କ ସହ ଜଡ଼ିତ ହୋଇ ରୋଜଗାର କରିବାକୁ ଚାହାଁନ୍ତି, ତେବେ ଆପଣ ବ୍ୟାଙ୍କ ମିତ୍ର ହୋଇପାରିବେ । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ଅନେକ ସମୟରେ ବ୍ୟାଙ୍କ ମିତ୍ର ପାଇଁ ଆବେଦନ ମାଗିଥାଏ । ଆସନ୍ତୁ ଜାଣିବା ଏ ବିଷୟରେ…

‘ବ୍ୟାଙ୍କ ମିତ୍ର’ ହୋଇ ଆପଣ ଅନେକ ଉପାୟରେ ରୋଜଗାର କରିପାରିବେ । କୌଣସି ବି ବ୍ୟକ୍ତିର ଆକାଉଣ୍ଟ ଖୋଲିବା, ଟଙ୍କା ଜମା କରିବା, ଟଙ୍କା କାଢ଼ିବା, ତାଙ୍କ କ୍ରେଡିଟ କାର୍ଡ ଓ ବିଲ୍ ପଇଠ କରିବାପାଇଁ ବ୍ୟାଙ୍କ ମିତ୍ରଙ୍କୁ କମିଶନ ଦିଆଯାଏ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧିନରେ ସମସ୍ତ ବ୍ୟାଙ୍କ ମିତ୍ରଙ୍କୁ ୧.୨୫ ଲକ୍ଷ ଟଙ୍କାର ଋଣ ଦିଆଯାଉଛି, ସେଥିରୁ ୫୦,୦୦୦ ଟଙ୍କାର ଋଣ ସାମଗ୍ରୀ ପାଇଁ, ୨୫ ହଜାର କାମ ପାଇଁ ଓ ୫୦ ହଜାର ଋଣ ଗାଡ଼ି ପାଇଁ ରହିଛି । ଏହା ବ୍ୟତୀତ ବ୍ୟାଙ୍କ ମିତ୍ରଙ୍କୁ ପ୍ରତି ମାସରେ ୨୦୦୦ ରୁ ୫୦୦୦ ଟଙ୍କା ଆୟ ଭାବରେ ଦିଆଯାଉଛି ।

ତେବେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ବୀମା କରିବା, ଟଙ୍କା ଜମା କରିବା ଓ ଅନ୍ୟାନ୍ୟ ବ୍ୟାଙ୍କ କାର୍ଯ୍ୟରେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ‘ବ୍ୟାଙ୍କ ମିତ୍ର’ କୁହାଯାଏ । ବ୍ୟାଙ୍କ ମିତ୍ର ହେବାକୁ ହେଲେ ଆପଣଙ୍କୁ ସରକାରଙ୍କ ସହ ଜଡ଼ିତ କାମ କରିବାକୁ ପଡିବ । ଏଥିପାଇଁ କିଛି ପ୍ରମାଣପତ୍ର ଦରକାର, ଯେପରିକି…

–  ପରିଚୟ ପ୍ରମାଣ ପାଇଁ ପାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ କିମ୍ବା ଭୋଟର ଆଇଡି କାର୍ଡର କପି ।

–  ଯୋଗତ୍ୟା ପାଇଁ ଦଶମ ଶ୍ରେଣୀର ମାର୍କ ସିଟ୍ ।

–  ବ୍ୟବସାୟ ଠିକଣା ପାଇଁ ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍, ରାସନ କାର୍ଡ, ଆଧାର କାର୍ଡ କିମ୍ବା ପାସପୋର୍ଟର କପି ।

–  ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଓ ବ୍ୟାଙ୍କ ପାସବୁକର କପି କିମ୍ବା ବାତିଲ୍ ହୋଇଥିବା ଚେକ୍ ।

Get real time updates directly on you device, subscribe now.