fbpx
BSKY
BJD YOUTH SKY
BJD MS SKY

ମହିଳାଙ୍କର ଥିଲା ଅବୈଧ ସମ୍ପର୍କ, ପବ୍ଲିକ୍ ସାମନାରେ ଦିଆଗଲା ଏପରି ଦଣ୍ଡ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବିଭିନ୍ନ ପ୍ରକାର ବିବାଦ ଦେଖାଦେଇଥାଏ । ଦମ୍ପତିଙ୍କ ମଧ୍ୟରେ ବେଳେ ବେଳେ ତୃତୀୟ ଲୋକଙ୍କୁ ନେଇ ମଧ୍ୟ ସମସ୍ୟା ଦେଖାଦିଏ । ଏହିଭଳି ଏକ ମାମଲା ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ଜଣେ ବିବାହିତ ମହିଳାଙ୍କୁ ଆଉ ଜଣେ ପୁରୁଷ ସହିତ ସମ୍ପର୍କ ରଖିବା ତାଙ୍କୁ ମହଙ୍ଗା ପଡ଼ିଛି । ମହିଳାଙ୍କର ଅବୈଧ ସମ୍ପର୍କ କଥା ବାହାରକୁ ଆସିବା ପରେ ତାଙ୍କୁ ପବ୍ଲିକ୍ ସାମନାରେ ମାଡ଼ ମରାଯାଇଛି ।

ସୂଚନା ଅନୁସାରେ, ଏହି ଘଟଣା ଇଣ୍ଡୋନେସିଆର ଆଚେହ ସହରରୁ ଆସିଛି । ମହିଳାଙ୍କ ସ୍ୱାମୀ ତାଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହିତ ଧରିଥିଲେ ଓ ତାଙ୍କ ଉପରେ ଶରିୟା ଆଇନ ଅଧୀନରେ ଏକ୍ସଟ୍ରା ମାରିଟେଲ ଅଫେୟାର୍ ଲଗାଯାଇଥିଲା । ଏହାପରେ ତାଙ୍କୁ ସଜ୍ଜା ଦିଆଯାଇଛି । ସଜ୍ଜା ହିସାବରେ ମହିଳାଙ୍କୁ ପବ୍ଲିକ୍ ସାମନାରେ ଏତେ ପରିମାଣରେ ଚାବୁକ୍ ମାଡ଼ ମରାଯାଇଥିଲା ଯେ, ସେ ବେହୋସ୍ ହୋଇଯାଇଥିଲେ । ହେଲେ ସଜ୍ଜା ପୁରା ହେବା ପର୍ଯ୍ୟନ୍ତ ତାଙ୍କୁ ଚାବୁକ୍ ମାଡ଼ ମରାଯାଇଥିଲା । ମାଡ଼ ମାରିବା ପୂର୍ବରୁ ମହିଳାଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିଥିଲା । ଖାଲି ସେତିକି ନୂହେଁ ମହିଳାଙ୍କ ବୟଫ୍ରେଣ୍ଡକୁ ମଧ୍ୟ ଲୋକେ ମାଡ଼ ମାରିଛନ୍ତି ।

ସୂଚନାଯୋଗ୍ୟ, ଇଣ୍ଡୋନେସିୟାର ଆଚେହ ସହରରେ ଆଜି ପର୍ଯ୍ୟନ୍ତ ଶରିୟା ଆଇନ ଲାଗୁ ରହିଛି । ଏହି ଆଇନ ଅନୁସାରେ, କୌଣସି ମହିଳା ଯଦି ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ ତାକୁ କ୍ରୁର ବା କଠିନରୁ କଠିନ ସଜ୍ଜା ଦିଆଯାଏ । ଖାଲି ସେତିକି ନୁହେଁ ସମଲିଙ୍ଗୀ ହୋଇଥିଲେ ମଧ୍ୟ ଏପରି କଡ଼ା ସଜ୍ଜା ଦିଆଯାଏ । ଏହି ଆଇନ ଅନୁସାରେ, ସମଲିଙ୍ଗୀଙ୍କୁ ଦୋଷୀ ରୂପରେ ପବ୍ଲିକ୍ ସାମନାରେ ୧୫୦ ଚାବୁକ୍ ମାଡ଼ ମରାଯାଇଥାଏ । ତେବେ ବର୍ତ୍ତମାନ ଏହି ମହିଳାଙ୍କୁ ମଧ୍ୟ ମାଡ଼ ମରାଯାଇଛି ।

Get real time updates directly on you device, subscribe now.