fbpx

ବେହୋସ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ ମହିଳା ପୋଲିସ: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଜଣେ ମହିଳା ପୋଲିସ ଅଧିକାରୀ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହାକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି । ଚେନ୍ନାଇ ବର୍ତ୍ତମାନ ବର୍ଷା ବିତ୍ପାତରେ ପୀଡିତ । ସମଗ୍ର ସହରରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ପୋଲିସ ଇନ୍ସପେକ୍ଟର ରାଜେଶ୍ୱରୀ । ଟିପି ଚତ୍ରମ ଅଞ୍ଚଳରେ ଇନ୍ସପେକ୍ଟର ରାଜେଶ୍ୱରୀ ଜଣେ ବେହୋସ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ପକାଇ ହସ୍ପିଟାଲ ନେଇଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ରାଜେଶ୍ୱରୀଙ୍କ ପଦକ୍ଷେପକୁ ବେଶ ପସନ୍ଦ କରିଛନ୍ତି ।

୨୮ ବର୍ଷୀୟ ଯୁବକ ଜଣକ ଏକ ସ୍ମଶାନରେ ଅଚେତ ଅବସ୍ଥାରେ ପଡିଥିଲେ । ପ୍ରବଳ ବର୍ଷା ଏବଂ ବନ୍ୟା ପରସ୍ଥିତି କାରଣରୁ ଯୁବକ ଜଣଙ୍କ ଅଚେତ ଭାବରେ ପଡି ରହିଥିଲେ । ରାଜେଶ୍ୱରୀ ତୁରନ୍ତ ଯୁବକଙ୍କୁ ନିଜ କାନ୍ଧରେ ଉଠାଇ ଅଟୋରେ ହସ୍ପିଟାଲ ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ପ୍ରାଣହାନି ଘଟିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.