fbpx
BJD SKY
BJD SKY

ଲବଙ୍ଗ ଚାଷରୁ କମାନ୍ତୁ ଭଲ ଲାଭ, ବାସ୍ ଏହି କଥାର ରଖନ୍ତୁ ଧ୍ୟାନ

BJD

ବର୍ତ୍ତମାନ ବର୍ଷାଦିନ ଚାଲିଛି । ଏହି ମାସରେ ଅନେକ ମସଲା ଚାଷ ପାଇଁ ବେଶ୍ ଉପଯୁକ୍ତ ସମୟ ହୋଇଥାଏ । ମସଲା ଚାଷ ପାଇଁ ଏହି ସମୟ ଭଲ ବୋଲି କୁହାଯାଇଥାଏ । ଲବଙ୍ଗ ମଧ୍ୟ ମସଲା ଭଳି ଏକ ଫସଲ ଯାହା ଦେଶର ଅନେକ ବଡ଼ ରାଜ୍ୟମାନଙ୍କରେ ଚାଷ କରାଯାଏ । ଏହାର ବ୍ୟବହାର ଅନେକ ପ୍ରକାରର ଔଷଧ ତିଆରିରେ ମଧ୍ୟ ବ୍ୟବହାର କରାଯାଏ, ଏବଂ ବିଭିନ୍ନ ପ୍ରସାଧନ ସାମଗ୍ରୀ ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଏ ।

ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଲବଙ୍ଗର ବେଶ୍ ଭୂମିକା ରହିଛି । ପୂଜା-ଯଜ୍ଞରେ ମଧ୍ୟ ଲବଙ୍ଗର ବ୍ୟବହାର ହୋଇଥାଏ । ଏହା ବ୍ୟତୀତ ଥଣ୍ଡା ହେଲେ, ଜ୍ୱର ଭଳି ସମସ୍ୟାରୁ ଆରାମ ପାଇଁ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ବଜାରରେ ଲବଙ୍ଗର ତେଲ ଠାରୁ ଆରମ୍ଭ କରି ଟୁଥ୍ ପେଷ୍ଟ, ଦାନ୍ତ ପାଇଁ ଔଷଧ, ପେଟ ଏବଂ ମୁହଁ ରୋଗର ଔଷଧ ଭଳି ଉତ୍ପାଦ ମିଳୁଛି ।

ତେବେ ଏହାର ଚାଷ ଅଧିକ ଗରମ ଜଳବାୟୁରେ କରିବା ଉପଯୁକ୍ତ ହୋଇଥାଏ । ଗଛ ଭଲଭାବେ ୩୦ ରୁ ୫୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାର ଆବଶ୍ୟକତା ହୋଇଥାଏ । ଥଣ୍ଡା ଜଳବାୟୁ ଅନୁପଯୁକ୍ତ ହୋଇଥାଏ । ଲବଙ୍ଗ ଚାଷ କରିବା ପାଇଁ ପ୍ରଥମେ ଏହାର ମା’ ଗଛରୁ ଫଳକୁ ଏକାଠି କରନ୍ତୁ । ଯେଉଁଦଦିନ ଏହାକୁ ବୁଣିବେ ଏହାର ଗୋଟିଏ ଦିନ ପୂର୍ବରୁ ଏହାକୁ ପାଣିରେ ବୁଡ଼ାଇ ରଖିବେ । ଏହାପରେ ଏହା ଉପରର ଚୋପାକୁ ହଟାଇ ଦିଅନ୍ତୁ ଏବଂ ବୁଣିବା ପ୍ରକ୍ରିୟା ଆରମ୍ଭ କରନ୍ତୁ । ଏହାର ୧୦ ସେଣ୍ଟିମିଟର ଦୂରତାରେ ପକ୍ତିରେ ବୁଣନ୍ତୁ । ଗଛର ବିକାଶ ପାଇଁ ଜୈବିକ ସାରର ପ୍ରୟୋଗ କରନ୍ତୁ । ପ୍ରାୟ ୪-୫ ବର୍ଷ ମଧ୍ୟରେ ଏହାର ଗଛ ପ୍ରସ୍ତୁତ ହୋଇ ଫଳ ଦେବା ଆରମ୍ଭ କରିବ । ଯଦି ଆପଣ ଏହାର ଉପଯୁକ୍ତ ଯତ୍ନ ନେଉଛନ୍ତି ତେବେ ଏହା ଆପଣଙ୍କୁ ଲମ୍ବା ସମୟ ଧରି ଲାଭ ଦେଇପାରେ ।

ଗୋଟିଏ ଥର ଗଛ ପରିପକ୍ୱ ହୋଇଗଲେ ଏହା ୨ ରୁ ୩ କିଲୋଗ୍ରାମ ପର୍ଯ୍ୟନ୍ତ ଉତ୍ପାଦନ ଦେଇଥାଏ । ବଜାରରେ ଏକ କିଲୋଗ୍ରାମ ଲବଙ୍ଗର ମୂଲ୍ୟ ୮୦୦ ରୁ ୧୦୦୦ ଟଙ୍କାରେ  ବକ୍ରି ହୋଇଥାଏ । ଏମିତିରେ ଯଦି ଆପଣ ଏକ ଏକର ଜମିରେ ଏହାର ୧୦୦ ଗଛ ଲଗାଉଛନ୍ତି ତେବେ ସହଜରେ ତିନି ଲକ୍ଷ ପର୍ଯ୍ୟନ୍ତ ଆୟ କରିପାରିବେ ।

Get real time updates directly on you device, subscribe now.