fbpx

ବକ୍ସିଂରେ ଆଉ ଏକ ସ୍ୱର୍ଣ୍ଣ ହାସଲ କଲା ଭାରତ: କାଟାଗୋରୀରେ ତୃତୀୟ ପଦକ ଜିତାଇଲେ ନିଖତ ଜରିନ

ନୂଆଦିଲ୍ଲୀ: ବର୍ମିଂହାମ କମନୱେଲଥ ଗେମ୍ସ-୨୦୨୨ରେ ଭାରତୀୟ ଖେଳାଳିମାନଙ୍କର ଦବଦବା ଜାରି ରହିଛି । ଗୋଟିଏ ପରେ ଗୋଟିଏ କାଟାଗୋରୀରେ ଦେଶ ପାଇଁ ଗୌରବ ଆଣି ଚାଲିଛନ୍ତି ଇଣ୍ଡିଆନ ଆଥଲେଟ । ଏହାରି ମଧ୍ୟରେ ଆଉ ଏକ ସ୍ୱର୍ଣ୍ଣ ପଦକ ଉପରେ ଲେଖାଯାଇଛି ଭାରତର ନାଁ । ବକ୍ସିଂରେ ଭାରତର ଷ୍ଟାର ଆଥଲେଟ ନିଖତ ଜରିନ ଦେଶ ପାଇଁ ଗୋଲ୍ଡ ମେଡାଲ ସ୍ୱରୂପ ଉପହାର ଭେଟି ଦେଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା ବକ୍ସିଂରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ନିଖତ ଜରିନଙ୍କର ନିଖୁଣ ଟାଲେଣ୍ଟ ବଳରେ ଭାରତ ଏହି ପଦକ ହାସଲ କରିବାରେ ସଫଳ ହୋଇଛି । ୫୦ କେଜି ଲାଇଟ ଫ୍ଲାଇୱେଟରେ ଏହି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି ନିଖତ । ତେବେ ଭାରତ ପାଇଁ ଏହା ବକ୍ସିଂ କାଟାଗୋରୀର ତୃତୀୟ ସ୍ୱର୍ଣ୍ଣ ପଦକ ପାଲଟିଛି ।

Get real time updates directly on you device, subscribe now.