fbpx
BJD SKY
BJD SKY

ଭାରତ-ୱେଷ୍ଟଇଣ୍ଡିଜ ଶେଷ ଟି-୨୦: ବିଜୟ ସହ ସିରିଜ ଶେଷ କରିବାକୁ ରୋହିତଙ୍କ ଲକ୍ଷ୍ୟ

BJD

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ପାଞ୍ଚଟିକିଆ ଟି-୨୦ ସିରିଜର ଆଜି ପଞ୍ଚମ ମ୍ୟାଚ ଖେଳାଯିବ । ଏହି ସିରିଜକୁ ୩-୧ରେ ଭାରତ ନିଜ ନାମରେ କରି ସାରିଛି । ତେଣୁ ଆଜି ମ୍ୟାଚରେ ବିଜୟ ସହ ଏହି ସିରିଜକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ରୋହିତ ସେନା । ତେବେ ସିରିଜ ଜିତିବା ପରେ କିଛି ଅନଭିଜ୍ଞ ତଥା ବେଞ୍ଚରେ ରହିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ଟିମ ଇଣ୍ଡିଆର ଅଧିନାୟକ । ସେପଟେ ୱେଷ୍ଟଇଣ୍ଡିଜ ଟିମ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଆମେରିକାର ଫ୍ଲୋରିଡାରେ ଆଜି ଖେଳାଯିବ ୱେଷ୍ଟଇଣ୍ଡିଜ-ଭାରତ ପଞ୍ଚମ ତଥା ଶେଷ ଟି-୨୦ । ତେବେ ଏହି ସିରିଜକୁ ପ୍ରଥମରୁ ନିଜ ନାମରେ କରିସାରିଥିବା ଭାରତ ଏହି ମ୍ୟାଚ ପାଇଁ ନିଜ ବେଞ୍ଚ ଷ୍ଟ୍ରେନ୍ଥକୁ ପ୍ରାଧାନ୍ୟ ଦେଇପାରେ । ଗତକାଲିର ଚତୁର୍ଥ ମ୍ୟାଚରେ ରୋହିତ ୩ଟି ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇଥିଲେ । ତେବେ ଏହି ମ୍ୟାଚରେ ଦଳ କେତେ ପରିବର୍ତ୍ତନ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ଏହି ସିରିଜରେ କୌଣସି ମ୍ୟାଚ ପାଇଁ ସୁଯୋଗ ପାଇ ନଥିବା ଖେଳାଳିମାନଙ୍କୁ ସୁଯୋଗ ଦେଇପାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ।

ସେପଟେ ୱେଷ୍ଟଇଣ୍ଡିଜ ସିରିଜକୁ ହାତଛଡା କରିବା ପରେ ଆଜିର ମ୍ୟାଚରେ କିଛି ପରିବର୍ତ୍ତନ କରିପାରେ । କିଛିଟା ନୂଆ ଚେହେରାଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ପୁରନ । ଚତୁର୍ଥ ମ୍ୟାଚରେ ୫୯ ରନରେ ପରାସ୍ତ ହେବା ପରେ ପଞ୍ଚମ ମ୍ୟାଚରେ ବିଜୟ ସହ ସିରିଜ ଶେଷ କରିବା ପାଇଁ ଚେଷ୍ଟା କରିବ ୱେଷ୍ଟଇଣ୍ଡିଜ । ତେବେ ଏହି ଦଳ ମଧ୍ୟ କମବ୍ୟାକ କରିବା ପାଇଁ ନିଶ୍ଚୟ ନୂଆ ପ୍ଲାନ କରିବ ।

Get real time updates directly on you device, subscribe now.