fbpx

ଏହି ଗୀତର ତାଳେ ତାଳେ ନାଚିଲେ ମହିଳା ହକି ଟିମ: ପଦକ ପାଇ ସେଲିବ୍ରେଟ କରୁଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: କମନୱେଲଥ ଗେମ୍ସରେ ଆଜି ଏକ ବଡ ସଫଳତା ହାସଲ କରିଛି ଭାରତୀୟ ମହିଳା ହକି ଦଳ । ଦୀର୍ଘ ୧୬ ବର୍ଷର ଅପେକ୍ଷା ପରେ ହକି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ପଦକ ବିଜୟ କରିଛି । ଏହାପୂର୍ବରୁ ୨୦୦୬ରେ ସିଲଭର ମେଡାଲ ନିଜ ନାମରେ କରିଥିଲା । ଏହାପରେ ଚଳିତ ବର୍ଷ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି ଭାରତୀୟ ଦଳ । ଏହାପରେ ଏହି ଖୁସିକୁ ଦଳ ନିଆରା ଅନ୍ଦାଜରେ ସେଲିବ୍ରେଟ କରିଛି ।

ଆଜି କମନୱେଲଥ ଗେମ୍ସରେ ହକିର ବ୍ରୋଞ୍ଜ ମଡେଲ ପାଇଁ ନ୍ୟୁଜିଲାଣ୍ଡକୁ ୨-୧ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହାସହ ବ୍ରୋଞ୍ଜ ପଦକକୁ ନିଜ ନାମରେ କରିଛି । ୨୦୦୬ ପରେ କମନୱେଲଥ ଗେମ୍ସରେ ଏହା ଭାରତର ପ୍ରଥମ ପଦକ ବିଜୟ । ତେଣୁ ଭାରତର ଡ୍ରେସିଙ୍ଗ ରୁମରେ ଏହି ଖୁସିର ଖୁବ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ହକି ଟିମ ଏହି ଖୁସିକୁ ନାଚି ଗାଇ ସେଲିବ୍ରେଟ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ବିଜୟର ସେଲିବ୍ରେସନ ପାଇଁ ସେମାନେ ବାଛିଛନ୍ତି ଏକ ଦମଦାର ଗୀତ । ୧୯୯୭ ମସିହାେ ରିଲିଜ ହୋଇଥିବା ‘ଦସ୍’ ଫିଲ୍ମର ଗୀତ ‘ଶୁପୋ ଗୌର ସେ ଦୁନିଆ ୱାଲୋ…’ ଗୀତରେ ଠୁମକା ଲଗାଇ ବିଜୟ ଖୁସି ଉପଭୋଗ କରିଛି ଟିମ ଇଣ୍ଡିଆ । ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ବେହାରେ ଲାଗିଛି ।

Get real time updates directly on you device, subscribe now.