fbpx

ମହାକାଶରୁ ଆସିଲା ଚମକାଇଦେବା ଭଳି ଫଟୋ, ରଥ ଚକ ସହ ରହିଛି ସଂପର୍କ !

ନୂଆଦିଲ୍ଲୀ: ଜେମ୍ସ ୱେବ ଟେଲିସ୍କୋପର ଆଉ ଏକ କମାଲ୍… ନାସାର ଜେମ୍ସ ୱେବ ସ୍ପେସ୍ ଟେଲିସ୍କୋପ୍ ଅନ୍ତରୀକ୍ଷରେ ଏକ ଏଭଳି ଗ୍ୟାଲାକ୍ସୀର ଫଟୋ ନେଇଛି, ଯାହା ରଥ ଚକ ଆକାରର ଦେଖାଯାଉଛି । କହିବାକୁ ଗଲେ ଚକ୍ର ଭଳି । ଏହି ଗୋଲାକାର ଆକାଶଗଙ୍ଗା ଭିତରେ ଅନେକ ତାରାର ନିର୍ମାଣ ମଧ୍ୟ ହେଉଛି । ବୈଜ୍ଞାନିକମାନେ ଏହି ଗ୍ୟାଲାକ୍ସୀକୁ କାର୍ଟହ୍ୱିଲ୍ ନାଁ ଦେଇଛନ୍ତି । କାରଣ ଏହା ରଥଚକ ପରି ହିଁ ଦେଖାଯାଉଛି ।

କାର୍ଟହ୍ୱିଲ ଗାଲାକ୍ସୀକୁ ପୂର୍ବରୁ ମଧ୍ୟ ସ୍ପେସ ଟେଲିସ୍କୋପ୍ ମାଧ୍ୟମରେ ଷ୍ଟଡୀ କରାଯାଇଥିଲା କିନ୍ତୁ ସେତେବେଳେ ଏଭଳି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା । କିନ୍ତୁ ଏଥର ଜେମ୍ସ ୱେବ ଟେଲିସ୍କୋପ୍ ଅନେକ ସ୍ଥାନର ଖୋଜ୍ କରିଛି । ଜେମ୍ସ ୱେବ ଟେଲିସ୍କୋପ୍ ଏନଆଇଆରକ୍ୟାମ୍ ଏବଂ ଏମଆଇଆରଆଇ ଗାଲାକ୍ସୀ ଭିତରେ ତାରାର ନିର୍ମାଣର ଫଟୋ ନେଇଛି । ଅନେକ ଯୁବ ତାରାର ସମୂହ ଏଥିରେ ରହିଛି ।

କାର୍ଟହ୍ୱିଲ୍ ଗାଲାକ୍ସୀର କେନ୍ଦ୍ରରେ ବିଶାଳକାୟ ବ୍ଲାକ୍ ହୋଲ୍ ରହିଛି, ଯାହାର ଚାରି ପାଖରେ ତାରାମାନଙ୍କର ନିର୍ମାଣ ହେଉଛି । ଏହା ମଧ୍ୟରେ ଧୂଳି ବୁଲୁଥିବାର ଦେଖାଯାଉଛି । ଏହା ଏକ ଦୁଲର୍ଭ ଗାଲାକ୍ସୀ । କାର୍ଟହ୍ୱିଲ ଆମ ଆକାଶଗଙ୍ଗା ଭଳି ସ୍ପାଇରାଲ ଆକୃତିର । କିନ୍ତୁ ୭୦ ରୁ ୮୦ କୋଟି ପ୍ରକାଶ ବର୍ଷ ପୂର୍ବରୁ ଏକ ଅନ୍ୟ ଗାଲାକ୍ସୀ ସହ ବାଡ଼େଇ ହୋଇଥିଲା, ଏବଂ ଏଥିରେ ପରିବର୍ତ୍ତନ ଆସିଥିଲା । ଏବେ ଏହା ରଥର ଚକ ଭଳି ଗୋଲାକାର ହୋଇଯାଇଛି ।

କାର୍ଟହ୍ୱିଲ ଗାଲାକ୍ସୀରେ ଏବେ ଦୁଇଟି ରିଙ୍ଗ ହୋଇଛି । ଗୋଟିଏ ଯାହା ଗାଲାକ୍ସୀର ମଧ୍ୟକୁ ଘେରି ରଖିଛି ଏବଂ ଅନ୍ୟଟି ଚାରି ପଟେ ବଡ଼ ଘେରା ଭଳି ରହିଛି । ଉଭୟ ଘେରାରେ ଏଭଳି ତିଆରି ହୋଇଛି ଯେମିତି ପୋଖରୀରେ ପଥର ଫିଙ୍ଗିଲେ ଲହରୀ ତରଙ୍ଗ ସୃଷ୍ଟି ହୁଏ । ଏହି ଗାଲାକ୍ସୀରେ ଯେଉଁଠାରେ ବି ନୂଆ ତାରା ନିର୍ମାଣ ହେଉଛି ସେହି ସ୍ଥାନ ନୀଳ ଆଲୋକ ଦେଖାଯାଇଛି ।

Get real time updates directly on you device, subscribe now.