fbpx

ପାଣିରେ ବୁଡି ୨ ନିଖୋଜ, ହୀରାକୁଦ ଡ୍ୟାମରେ ଗାଧେଇବା ଅଘଟଣ

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ ହୋଇଯାଇଛନ୍ତି । ବୁର୍ଲା ସ୍ଥିତ ହୀରାକୁଦ ଜଳଭଣ୍ଡାର ଝାଙ୍କରାଣୀ ପୀଠ ନିକଟରେ ଗାଧୋଉଥିବା ସମୟରେ ଏମସିଏଲର ୨ ଜଣ କର୍ମଚାରୀ ଭାସିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୂଯାୟୀ, ରବିବାର ସମ୍ବଲପୁର ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟର ୫ ଜଣ ଅଧିକାରୀ ବଣଭୋଜି କରିବାକୁ ହୀରାକୁଦ ଡ୍ୟାମର ଝାଙ୍କରାଣୀ ପୀଠ ଜଳଭଣ୍ଡାର ନିକଟକୁ ଯାଇଥିଲେ । ଆଉ ଏହି ସମୟରେ ୨ ଜଣଙ୍କ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହି ଖୋଜାଖୋଜି ଆରମ୍ଭ କରିଥିଲେ।

ତେବେ ମିଳିଥିବା ଶେଷ ସୂଚନା ଅନୂଯାୟୀ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ଆଉ ଜଣେ ନିଖୋଜ ଅଛନ୍ତି ।

Get real time updates directly on you device, subscribe now.