fbpx

Paytm ବ୍ୟବହାର କରୁଛନ୍ତି କି?ଯଦି ହଁ, ତେବେ ଆପଣ ଜିତିପାରିବେ ୧ ଲକ୍ଷ ଟଙ୍କା; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ପେଟିଏମ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ଖୁସି ଖବର । ପାର୍ବଣ ସମୟରେ ଆପଣ ପେଟିଏମ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଯ୍ୟନ୍ତ ପୁରସ୍କାର ଜିତିପାରିବେ । ଡିଜିଟାଲ ପେମେଣ୍ଟ ଓ ପେଟିଏମ ପକ୍ଷରୁ ସୋମବାର ଦିନ କୁହାଯାଇଛି ଯେ, ଏଥିରେ ପାର୍ବଣ ଋତୁ ସମୟରେ ମାର୍କେଟିଂ ଅଭିଯାନ ପାଇଁ ୧୦୦ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ଏଥିରେ କ୍ୟାସବ୍ୟାକ୍ ଅଫର ୟୁପିଆଇର ପ୍ରଚାର ‘ଏବେ କିଣନ୍ତୁ, ପରେ ଟଙ୍କା ଦିଅନ୍ତୁ’ର ପୋଷ୍ଟପେଡ ସେବା ଓ ବାଲେଟ କାରବାରରେ ସାମିଲ ହୁଅନ୍ତୁ । ଏହି ଅଭିଯାନ ଅଧିନରେ ପେଟିଏମ ନିଜ ଗ୍ରାହକମାନଙ୍କୁ ଧମାକେଦାର ଅଫର ଦେଉଛି । ‘ଏବେ କିଣନ୍ତୁ, ପରେ ଟଙ୍କା ଦିଅନ୍ତୁ’ର ବ୍ୟାପକ ପ୍ରଚାର ପାଇଁ ଏହି ଅଭିଯାନ ଚାଲିବ । ଭାରତର ପ୍ରାୟ ସମସ୍ତ ଜିଲ୍ଲାବାସୀଙ୍କ ପାଇଁ ମାର୍କେଟିଂ ଅଭିଯାନ ଅଧିନରେ ପେଟିଏମ କ୍ୟାସବ୍ୟାକ୍ ଧମାକାର ଶୁଭାରମ୍ଭ କରିଛି । ପେଟିଏମର ଏହି ଅଭିଯାନ ଅଧିନରେ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ରାଜ୍ୟକୁ ପ୍ରାଧ୍ୟାନ ଦିଆଯାଉଛି ।

ଏହି ଅଭିଯାନ ଅଧିନରେ ଲୋକଙ୍କୁ ଡିଜିଟାଲ ପେମେଣ୍ଟକୁ ଉତ୍ସାହ ଦେବା ପାଇଁ ଟଙ୍କା ଟ୍ରାନ୍ସଫର, ପେଟିଏମ୍ ବାଲେଟ ଓ ପେଟିଏମ ପୋଷ୍ଟପେଡ ପାଇଁ ପେଟିଏମ ୟୁପିଆଇ ବିଷୟରେ କୁହାଯିବ । ଏହି ଅଭିଯାନ ଅଧିନରେ ପ୍ରତିଦିନ ୧୦ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କା ଜିତିପାରିବେ । ୧୦,୦୦୦ ବିଜେତାଙ୍କୁ ୧୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହା ସହ ଅନ୍ୟ ୧୦,୦୦୦ ଉପଭୋକ୍ତାଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହି ଅଫର ଦୀପାବଳୀର ପାଖାପାଖି ଅର୍ଥାତ୍ ୧ରୁ ୩ ନଭେମ୍ବରରେ ୟୁଜର୍ସମାନେ ପ୍ରତିଦିନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିତିପାରିବେ । ଏହି ଅଫରର ଲାଭ ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ନିଜ ମୋବାଇଲ, ବ୍ରଡବ୍ୟାଣ୍ଡ ଡିଟିଏଚ ରିଚାର୍ଜ, ବିଲ୍ ପେମେଣ୍ଟ, ଟଙ୍କା ଟ୍ରାନ୍ସଫର, ଟ୍ରେନ୍ ଟିକେଟ ବୁକିଂ, କ୍ରେଡିଟ୍ କାର୍ଡର ପେମେଣ୍ଟ, ଫିଲ୍ମ ଟିକେଟ, ଅନଲାଇନ୍ ରାସନ ଦୋକାନରେ ନେଣଦେଣ ପାଇଁ ପେଟିଏମର ବ୍ୟବହାର କରିବାକୁ ପଡିବ ।

Get real time updates directly on you device, subscribe now.