fbpx

କାର ପଛ ସିଟରେ ବସିଲେ ବି ଜରିମାନା! ଭୁଲରେ ବି କରନ୍ତୁ ନାହିଁ ଏମିତି କାମ

ନୂଆଦିଲ୍ଲୀ: ଦିନକୁ ଦିନ ବଦଳୁଛି ଦେଶର ଟ୍ରାଫିକ ନିୟମ । ଲୋକମାନଙ୍କ ସୁରକ୍ଷା ପାଇଁ ଏଥିରେ ବାରମ୍ବାର ସଂଶୋଧନ ହେବା ସହ ଅନେକ ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି । ଏବେ ଆଉ ଏକ ନିୟମ ଲାଗୁ କରିଛନ୍ତି ସରକାର । ତେବେଏଥର ଏହି ନିୟମ ଡ୍ରାଇଭରଙ୍କୁ ନେଇ ନୁହେଁ, ବରଂ ପାସେଞ୍ଜରଙ୍କୁ ନେଇ ଆସିଛି ନୂଆ ନିୟମ । କାରରେ ପଛ ସିଟରେ ବସିଥିବା ଯାତ୍ରୀମାନଙ୍କୁ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନଚେତ ବଡ ଧରଣର ଜରିମାନା ଆଦାୟ କରିପାରନ୍ତି ଟ୍ରାଫିକ ପେଲିସ ।

ଟାଟା ସନ୍ସର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସିଟ ବେଲ୍ଟକୁ ନେଇ ନିୟମ ପରିବର୍ତ୍ତନ କରାଯାଇଛି । ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ସମେତ ପଛ ସିଟରେ ବସିଥିବା ପାସେଞ୍ଜରଙ୍କୁ ମଧ୍ୟ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନଚେତ ଟ୍ରାଫିକ ପୋଲିସ ଏହି ଅଭିଯୋଗରେ ଚାଲାଣ କାଟିପାରିବେ । ଏହାସହିତ ଲୋକମାନଙ୍କୁ ଏହି ନୂଆ ନିୟମ ବିଷୟରେ ସଚେତନ କରାଯାଉଛି ।

କାରରେ ବସିଥିବା ପାସେଞ୍ଜରଙ୍କୁ ମଧ୍ୟ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତାମୂଳକ ବୋଲି କହିଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତେବେ ବଢୁଥିବା ଦୁର୍ଘଟଣାକୁ ନେଇ ଏମିତି ଏକ ନିଷ୍ପତ୍ତି ନିଆଯାଇଛି । ପାସେଞ୍ଜର ସିଟରେ ବସୁଥିବା ବ୍ୟକ୍ତି ମଧ୍ୟ ସିଟ ବେଲ୍ଟ ବାନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

Get real time updates directly on you device, subscribe now.