fbpx

OAS ଓ ORS ସ୍ତରରେ ଅଦଳବଦଳ: ସ୍ୱାସ୍ତିକ୍ ସାହୁ ହେଲେ ବାରଙ୍ଗ ତହସିଲଦାର

ଭୁବନେଶ୍ୱର : ଓଏଏସ୍ ଓ ଓଆର୍‌ଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । OAS ରବିନ୍ଦ୍ର କୁମାର ପ୍ରଧାନଙ୍କୁ ଆଡିସ୍‌ନାଲ ଉପଜିଲ୍ଲାପାଳ ଭାବେ ପୁରୀକୁ ବଦଳୀ କରାଯଇଛଇି । ସେହିପରି କ୍ଷୀରୋଦ କୁମାର ବେହେରାଙ୍କୁ ପୁରୀ ତହସିଲ୍‌ଦାର, ଆଡିସ୍‌ନାଲ ଉପଜିଲ୍ଲାପାଳ ନିହାରୀକା ନାୟକଙ୍କୁ ମୋ-ସ୍କୁଲ୍‌ର ଓଏସ୍‌ଡି ଭାବେ ବଦଳୀ କରିଛନ୍ତି ।

ସେହିପରି ସଂକଳ୍ପ ସ୍ୱାସ୍ତିକ୍ ସାହୁଙ୍କୁ ବାରଙ୍ଗ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି । OAS ମାନସ ରଞ୍ଜନ ଭୋଇଙ୍କୁ କଟକ ତହସିଲ୍‌ଦାର, ଓଏଏସ୍ ଜନ୍ମଜୈୟ ସାହୁଙ୍କୁ ଟାଙ୍ଗୀ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ୪ଜଣ ORS ଅଧିକାରୀ ଆତୁତୋଷ ଦେ, ପ୍ରତୀକ ପଟ୍ଟନାୟକ, ରଞ୍ଜନ ବେହରା ଓ ରାକେଶ କୁମାର ପଣ୍ଡାଙ୍କୁ ପୁରୀ ଜିଲ୍ଲା ଆସିଷ୍ଟାଣ୍ଡ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ORS ନିଶା ଗେୱଁକାଙ୍କୁ ପିପିଲ ତହସିଲ୍‌ଦାର ଭାବେ ନିଯୁକ୍ତ ମିଳିଛି । ORS ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲାକୁ ଅତିରିକ୍ତ ତହସିଲ୍‌ଦାର ଭାବେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.