fbpx

ଏଣିକି ଆପଣମାନେ ଘରେ ବସି ପାଇପାରିବେ ୩୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍: SBI ଆରମ୍ଭ କଲା ନୂଆ ସର୍ଭିସ୍ ‘Real Time Xpress Credit’

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କୁ ଏକ ଶାନଦାର ଉପହାର ପ୍ରଦାନ କରିଛି । ଦେଶର ସର୍ବବୃହତ ବ୍ୟାଙ୍କ ଗ୍ରାହକଙ୍କୁ ପର୍ସନାଲ ଲୋନ ପ୍ରଦାନ ନେଇ ଏକ ନୂଆ ଫିଚର ଲଞ୍ଚ କରିଛି । ରିୟଲ ଟାଇମ୍ ଏକ୍ସପ୍ରେସ୍ କ୍ରେଟିଡ ନାମକ ଏକ ନୂଆ ସେବା ଦ୍ୱାରା ଗ୍ରାହକମାନେ ଘରେ ବସି ସହଜରେ ୩୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ ।

ଏସବିଆଇର ୟୋନା ଆପରେ ଏହି ସେବା ଆରମ୍ଭ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିୟଲ ଟାଇମ୍ ଏକ୍ସପ୍ରେସ୍ କ୍ରେଡିଟର ଫାଇଦା ସମସ୍ତ ଗ୍ରାହକଙ୍କୁ ମିଳିବ ନାହିଁ । ଗ୍ରାହକମାନେ ୟୋନା ଆପ ସହାୟତାରେ କ୍ରେଡିଟ୍ ଚେକ, ଯୋଗ୍ୟତା ସହ ଅନ୍ୟ ଡକ୍ୟୁମେଣ୍ଟ ଭେରିଫିକେସନ ଆଦି କାର୍ଯ୍ୟ ଘରେ ବସି କରିପାରିବେ । ଏସବିଆଇର ଏହି ସେବା ମାଧ୍ୟମରେ ଗ୍ରାହକମାନେ ୩୫ ଲକ୍ଷ ପର୍ଯ୍ୟନ୍ତ ଲୋନ ପାଇପାରିବେ ।

ତେବେ ଏହାର ସମସ୍ତ ପ୍ରକ୍ରିୟା ଅନଲାଇନରେ ହିଁ ହେବ । ଏଥିସହ କ୍ରେଡିଟ୍ ଯାଞ୍ଚ, ଲୋନର ଯୋଗ୍ୟତା, ଋଣ ମଞ୍ଜୁରୀ ଓ ଦସ୍ତାବିଜ ଜମା କରିବାର ସମସ୍ତ କାର୍ଯ୍ୟ ମଧ୍ୟ ଅନଲାଇନରେ ହେବ । ତେବେ ଯୋଗ୍ୟ ବେତନଭୋଗୀ ଗ୍ରାହକଙ୍କ ପାଇଁ ରିୟଲ ଟାଇମ ଏକ୍ସପ୍ରେସ୍ କ୍ରେଡିଟ୍ ଲୋନର ସୁବିଧା କରାଯାଇଛି । ଏହା ଗ୍ରାକହଙ୍କୁ ଡିଜିଟାଲ ମାଧ୍ୟମରେ ବିନା କୌଣସି ସମସ୍ୟାରେ ଲୋନ ପ୍ରଦାନ କରିବାରେ ସହାୟତା କରିବ । ଏନେଇ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ଏସବିଆଇ ଅଧ୍ୟକ୍ଷ ଦିନେଶ ଖାରା ।

Get real time updates directly on you device, subscribe now.