fbpx

ଏଣିକି ଆପଣଙ୍କ ବାଇକ୍ ଆଉ ହେବ ନାହିଁ ଚୋରି: ସ୍ମାର୍ଟଫୋନରେ ଆପ୍ ଦ୍ୱାରା କରିପାରିବେ ଲକ୍ ଓ ଅନଲକ୍

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ମାର୍କେଟକୁ ଆସୁଛି । ତେବେ ବର୍ତ୍ତମାନ ବାଇକକୁ ନେଇ ଏକ ନୂଆ ଫିଚର ଆସିଛି । ଆପଣ ନିଜର ସ୍ମାର୍ଟଫୋନ୍ ଦ୍ୱାରା ଗାଡ଼ିକୁ ଲକ୍ ଓ ଅନଲକ୍ କରିପାରିବେ । ଆପ୍ ମାଧ୍ୟମରେ ଆପଣ ଗାଡ଼ିକୁ ସଙ୍ଗେସଙ୍ଗେ ବନ୍ଦ କରିପାରିବେ । ରିଭୋଲ୍ଟ ଇଲେକ୍ଟ୍ରିକ୍ ବାଇକରେ ଏହି ସୁବିଧା ରହିଥିବା କୁହାଯାଇଛି । ତେବେ ଉକ୍ତ ଗାଡ଼ିର ସମସ୍ତ ଗ୍ରାହକଙ୍କ ପାଇଁ ଏହି ଟେକ୍ନୋଲୋଜିର ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ମାସରେ ଉପଲବ୍ଧ ହେବ ବୋଲି କୁହାଯାଇଛି।

ରିଭୋଲ୍ଟ ମୋଟର୍ସ ପକ୍ଷରୁ କୁହାଯାଇଛି ଯେ, ଏହି ବାଇକର ସମସ୍ତ ଗ୍ରାହକ ଭର୍ଚୁଆଲ ଚାବି ଭାବେ ସ୍ମାର୍ଟଫୋନକୁ ବ୍ୟବହାର କରିପାରିବେ । ଗ୍ରାହକମାନେ ସ୍ମାର୍ଟଫୋନ ମାଧ୍ୟମରେ ବାଇକକୁ ଲକ୍ ଓ ଅନଲକ୍ କରିପାରିବେ । MyRevolt ଆପ ଜରିଆରେ ବାଇକର ସ୍ୱିଚ୍ ଅନ୍ ଓ ଅଫ୍ କରିପାରିବେ । ଏହି ବାଇକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଆଡଭାନ୍ସ କ୍ଲାଉଡ-ଆଧାରିତ ସଫ୍ଟୱେର ସିଷ୍ଟମ ସଂଯୁକ୍ତ କରାଯାଇଛି । ଭାରତରେ ଏହି ଟେକ୍ନୋଲୋଜି ପ୍ରଥମ ଥର ପାଇଁ ଲାଗୁ ହୋଇଛି । ରିଭୋଲ୍ଟ ଇଲେକ୍ଟ୍ରି ବାଇକ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହେବ । ଚାଳକମାନେ ବିନା ଚାବିରେ ଗାଡ଼ିକୁ ଚଳାଇ ପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.