fbpx

୧୨ଡିସେମ୍ବରରେ ଆକାଶରୁ ହଠାତ୍ ଗାଏବ ହୋଇଯିବ ସବୁଠାରୁ ଉଜ୍ଜ୍ୱଳ ତାରା, ଜାଣନ୍ତୁ କିପରି ଦେଖିବେ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ମହାକାଶରେ ନଜର ଆସୁଥିବା ସବୁଠାରୁ ଉଜ୍ଜ୍ୱଳ ତାରା ହେଉଛି ବେଟେଲଗୁସ୍ । ଡିସେମ୍ବର ୧୨ରେ ସବୁଠାରୁ ଅଧିକ ଚମକୁଥିବା ଏହି ତାରା ୧୨ ସେକେଣ୍ଡ ଲାଗି ଆକାଶାରୁ ଗାଏବ ହୋଇଯିବ । ଏହାର କାରଣ ହେଉଛି ଏକ ଉଲକାପିଣ୍ଡ ।

୧୨ ଡିସେମ୍ବର ୨୦୨୩ରେ ଏହି ଦୁର୍ଲଭ ଓ ଅଦ୍ଭୁତ ଘଟଣା ଘଟିବ । ଆପଣ ସୂର୍ଯ୍ୟଗ୍ରହଣ ବିଷୟରେ ଶୁଣିଥିବେ ଓ ଦେଖିଥିବେ । ସେହିପରି ଚନ୍ଦ୍ର ଗ୍ରହଣ ବିଷୟରେ ବି ଶୁଣିଛନ୍ତି ଓ ଦେଖିଛନ୍ତି । କିନ୍ତୁ ଚଳିତ ଥର ଏକ ଉଲକାପିଣ୍ଡ (ଯାହାର ନାମ ୩୧୯ ଲିଓନା) ଏହି ତାରାକୁ ଢାଙ୍କି ଦେବ । ଅର୍ଥାତ୍ ବେଟେଲଗୁସକୁ ଗ୍ରହଣ ଲାଗିବ । ଏହି ଦୃଶ୍ୟ ପ୍ରାୟ ୧୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଏହି ତାରା ଓରିୟନ ନକ୍ଷତ୍ର ମଣ୍ଡଳରେ ରହିଛି ।

ରାତିର ଆକାଶରେ ବେଟେଲଗୁସ ସବୁଠାରୁ ଅଧିକ ଚମକୁଥିବା ୧୦ ତାରା ମଧ୍ୟରେ ଶେଷରେ ରହିଛି । କିନ୍ତୁ ୧୨ ତାରିଖ ରାତିରେ ଉଲ୍‌କାପିଣ୍ଡ ୩୧୯ ଲିୟୋନା ଏହି ତାରା ଓ ପୃଥିବୀ ମଧ୍ୟ ଦେଇ ଗତି କରିବ । ଏହି କାରଣରୁ ଏହା ୧୨ ସେକେଣ୍ଡ ପାଇଁ ପୃଥିବୀ ପୃଷ୍ଠରୁ ନଜର ଆସିବ ନାହିଁ । ବୈଜ୍ଞାନିକମାନେ ଏହି ସମୟରେ ବେଟେଲଗୁସ ଉପରେ ଅଧିକ ଅଧ୍ୟୟନ କରିବେ ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତ ରାତିର ଆକାଶରେ ଏହି ପ୍ରକାର ଦୃଶ୍ୟ ବହୁତ ବିରଳ । ଏହାକୁ କେବଳ ଜଣେ ଧରିତ୍ରୀରେ ଠିକ୍ ଜାଗାରେ ରହି ହିଁ ଦେଖିପାରିବ । ଖୁସିର କଥା ଏହି ଦୃଶ୍ୟ ଏସିଆ ଓ ଦକ୍ଷିଣ ୟୁରୋପରେ ନଜର ଆସିବ । ଏହା ବ୍ୟତିତ ଫ୍ଲୋରିଡା ଓ ପୂର୍ବ ମେକ୍ସିକୋରେ ବି ଏହି ଦୃଶ୍ୟ ନଜର ଆସିବ । ଏହି ଦୃଶ୍ୟ ଟେଲିସ୍କୋପ ମାଧ୍ୟମରେ ସ୍ପଷ୍ଟ ଦେଖାଯାଇପାରିବ । ଯଦି ଆପଣ ଆକାଶରେ ଏହି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଉଦୟ ହେବାର ୨ ଘଣ୍ଟା ପରେ ଆକାଶରେ ଡାହାଣ ପଟକୁ ଚାହିଁଲେ ଓରିୟନ ବେଲ୍ଟରେ ଅଲନିତକ, ଅଲନିଲମ, ମିନତାକା ତାରା ଆକାଶରେ ଉଠୁଥିବା ପରି ନଜର ଆସିବେ । ଠିକ୍ ଏହାର ବାମପଟକୁ ବେଟେଲଗୁସ ତାରା ନଜର ଆସିବ ।

Get real time updates directly on you device, subscribe now.