fbpx

ବଲିଉଡ଼କୁ ଅଲବିଦା କହିଲେ ‘ଜୁନିୟର ମହମ୍ମୁଦ’, ଏହି ନାଁ ପଛରେ କ’ଣ ରହିଛି କାହାଣୀ ?

‘ବ୍ରହ୍ମଚାରୀ’, ‘ଗୁରୁ ଔର ଚେଲା’, ‘ଆନ୍ ମିଲୋ ସଜନା’, ‘ହାଥୀ ମେରେ ସାଥି’, ‘କଟି ପତଙ୍ଗ୍‌’, ‘ହରେ ରାମ ହରେ କୃଷ୍ଣ’, ‘ବମ୍ବେ ଟୁ ଗୋଆ’, ‘କାରୱାଁ’, ‘ମେରା ନାମ ଜୋକର’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ତାଙ୍କର ନିକ୍ଷୁଣ ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ହୃହୟରେ ରାଜ କରି ପାରିଥିଲେ । ସେ ହେଉଛନ୍ତି ବଲିଉଡ଼ ଜଗତର ଭେଟେରାନ୍ ଆକ୍ଟର ଏବଂ କମେଡିଆନ୍ ଜୁନିୟର ମହମ୍ମୁଦ ।
୧୯୫୬ ମସିହା ନଭେମ୍ବର ୧୫, ମୁମ୍ବାଇରେ ଜୁନିୟର ମହମ୍ମୁଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାଁ ନଇମ୍ ସୈୟଦ । ୧୯୬୭ ମସିହାରେ ‘ନଉନିହାଲ’ ଚଳଚ୍ଚିତ୍ରରୁ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୬୦-୭୦ ଦଶକର ଲୋକପ୍ରିୟ ଶିଶୁ କଳାକାର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନିଜ କ୍ୟାରିୟରେ ସେ ୭ଟି ଅଲଗା ଅଲଗା ଭାଷାରେ ୨୬୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ କାମ କରିବା ସହ ୬ଟି ମରାଠି ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଜୁନିୟର ମହମ୍ମୁଦ ନାମକରଣ ପଛରେ ରହିଛି ଏକ ରୋଚକ କାହାଣୀ ?

ନଇମ୍‌, ମହମ୍ମୁଦ ଅଲିଙ୍କର ବଡ଼ ଫ୍ୟାନ୍ ଥିଲେ । ଯେବେ ବି ମଉକା ମିଳେ ସେ ମହମ୍ମୁଦଙ୍କର ନକଲ କରିଥାନ୍ତି । ଥରେ ମହମ୍ମୁଦ ନଇମ୍‌ଙ୍କୁ ନିଜ ଝିଅର ଜନ୍ମଦିନରେ ନିମନ୍ତ୍ରଣ କରିଥିଲେ । ସେହି ଉତ୍ସବରେ ନଇମ୍ ମଦମ୍ମୁଦଙ୍କର ଲୋକପ୍ରିୟ ଗୀତ ‘ହମ୍ କାଲେ ହୈଁ ତୋ କ୍ୟା ହୁଆ ଦିଲୱାଲେ ହେଁ…’ ଉପରେ ମନଖୋଲି ନାଚିଥିଲେ । ସେଠାରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ଏହା ବେଶ ହସାଇଥିଲା । ନଇମ୍‌ର ଏହି ପ୍ରତିଭା ମହମ୍ମୁଦଙ୍କୁ ବେଶ ପ୍ରଭାବିତ କରିଥିଲା । ସେଠାରେ ହିଁ ସେ ତାଙ୍କୁ ‘ଜୁନିୟର ମହମ୍ମୁଦ’ର ଟାଇଟଲ ଦେଇଥିଲେ । ନଇମ୍ ତାଙ୍କ ବଡ଼ ଭାଇ(ଫିଲ୍ମ ସେଟ୍‌ରେ ଫଟୋଗ୍ରାଫି କାମ କରୁଥିଲେ)ଙ୍କ ସହ ଫିଲ୍ମ ସେଟକୁ ଯାଉଥିଲେ । ଏଥିମଧ୍ୟରେ ଫିଲ୍ମ ପ୍ରତି ନଇମ୍‌ଙ୍କର ଅକର୍ଷଣ ବୃଦ୍ଧି ପାଇବାରେ ଲାଗିଥିଲା । ସେ ଅନେକ କଳାକାରଙ୍କ ନକଲ(ମିମିକ୍ରି) କରି ପାରୁଥିଲେ । ତାଙ୍କର ଏହି ପ୍ରତିଭା ଲୋକମାନଙ୍କ ମନୋରଞ୍ଜ କରୁଥିଲା । ଏହା ବ୍ୟତୀତ ୨୦୧୯ରେ ନଇମ୍ ଟେଲିଭିଜନ୍ ପରଦାରେ ‘ତେନାଲି ରାମା’ ଶୋ’ରେ ନଜର ଆସିଥିଲେ । ଏହି ଶୋ’ରେ ସେ ମୁଲ୍ଲା ନସିରୁଦ୍ଦୀନ୍ ଚରିତ୍ରରେ ନଜର ଆସିଥିଲେ ।

ଡିସେମ୍ବର ୮, ୨୦୨୩ରେ ଜୁନିୟମ ମହମ୍ମୁଦ ସମସ୍ତଙ୍କୁ ଅଲବିଦା କରିଛନ୍ତି । ତାଙ୍କ ବିୟୋଗରେ ସ୍ତବ୍ଧ ବଲିଉଡ଼ ଜଗତ । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ମହମ୍ମୁଦ ମୁମ୍ବାଇ ସ୍ଥିତ ବାସ ଭବନରେ ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ବଲିଉଡ଼ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

Get real time updates directly on you device, subscribe now.