fbpx

ମାତ୍ର ୧୭୦୦ ଟଙ୍କାରେ ଆପଣ ଫ୍ଲାଇଟରେ ବୁଲି ପାରିବେ ସୁନ୍ଦର ସୁନ୍ଦର ସ୍ଥାନ, ଥରେ ଚେକ୍ କରି ନିଅନ୍ତୁ ଅଫର୍ ଲିଷ୍ଟ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆପଣ ଯଦି ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖାସ୍ ଅଫର୍ ଆସିଛି । ବହୁତ ଶସ୍ତାରେ ଆପଣ ବହୁ ସୁନ୍ଦର ସୁନ୍ଦର ସ୍ଥାନ ବୁଲି ପାରିବେ । କେବଳ ଏତିକି ନୁହେଁ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ଫ୍ଲାଇଟରେ ମଧ୍ୟ ଯାଇପାରିବେ । ଏଭଳି ଏକ ଅଫର ଆଣିଛି ଏୟାର ଲାଇନ କମ୍ପାନୀ ଇଣ୍ଡିଗୋ । ନିକଟରେ ଇଣ୍ଡିଗୋ ପକ୍ଷରୁ ଅନେକ ଡାଇରେକ୍ଟ ଫ୍ଲାଇଟ୍ ବିଷୟରେ ଘୋଷଣା କରାଯାଇଛି । ତେବେ ଯାତ୍ରୀଙ୍କ ସହିତ ପଏଣ୍ଟ ଟୁ ପଏଣ୍ଟ କନେକ୍ଟିଭିଟି ବୃଦ୍ଧି ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ତେବେ ଏନେଇ ଇଣ୍ଡିଗୋ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲରେ ଅଫର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । କୁହାଯାଇଛି ଯେ, ‘ଆପଣ ଶୀଘ୍ର ପ୍ୟାକିଂ କରି ଆସନ୍ତୁ । ଆମ୍ଭେ ଆପଣଙ୍କୁ ବିମାନ ଯାତ୍ରା ପାଇଁ ଅପେକ୍ଷା କରି ରହିଛୁ ।’ ତେବେ ଏହି ଟ୍ୱିଟ ସହିତ ଏକ ଲିଙ୍କ ମଧ୍ୟ ଶେୟାର କରାଯାଇଛି, ଯାହା ଉପରେ କ୍ଲିକ କରି ଆପଣ ସିଧାସଳଖ ଟିକେଟ ବୁକିଂ କରିପାରିବେ । ଏଥିସହ ଆପଣ ଇଣ୍ଡିଗୋ ଫ୍ଲାଇଟର ଅଫିସିଆଲ ୱେବସାଇଟ https://www.goindigo.in କୁ ଯାଇ ଟିକେଟ ମଧ୍ୟ ବୁକ୍ କରିପାରିବେ । ତେବେ କରୋନା ପାଇଁ ଦୀର୍ଘ ଦିନ ହେଲା ବିମାନ ସେବା ବ୍ୟାହତ ହୋଇଥିବାରୁ ବର୍ତ୍ତମାନ କମ୍ପାନୀମାନେ ବିଭିନ୍ନ ଅଫର ପ୍ରଦାନ କରୁଛନ୍ତି । ଏହି କ୍ରମରେ ସ୍ପାଇସଜେଟ ପକ୍ଷରୁ ୧୧୨୨ ଟଙ୍କିଆ ଅଫର ଓ ଗୋ ଫାଷ୍ଟ ପକ୍ଷରୁ ୨୦ ପ୍ରତିଶତ ହ୍ରାସ ଅଫର ଲଞ୍ଚ କରାଯାଇଛି ।

Get real time updates directly on you device, subscribe now.