fbpx
BJD SKY
BJD SKY

IRCTC ଦେଉଛି ସିଙ୍ଗାପୁର, ମାଲେସିଆ, କ୍ୱାଲାଲମ୍ପୁର ବୁଲିବାର ସୁଯୋଗ, ଜାଣନ୍ତୁ ପ୍ୟାକେଜର ଡିଟେଲ୍ସ

BJD

ନୂଆଦିଲ୍ଲୀ: ଯଦି ଆପଣମାନେ ବୁଲିବାକୁ ଭଲ ପାଆନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏପରି ଏକ ଶାନଦାର ପ୍ୟାକେଜ ଲଞ୍ଚ କରିଛି । ଏହି ଟୁର ପ୍ୟାକେଜରେ ଆପଣମାନେ ସିଙ୍ଗାପୁର, ମ୍ୟାଲେଶିଆ, କ୍ୱାଲାଲମ୍ପୁର ବୁଲିବାର ମଜା ଉଠାଇ ପାରିବେ ।

ଏହି ପ୍ୟାକେଜର ନାମ ରଖାଯାଇଛି ‘ଆଇଆରସିଟିସି ସିଙ୍ଗାପୁର ମାଲେଶିଆ ଟୁର ଏକ୍ସ-ପାଟନା’ । ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରୁ ଏହି ପ୍ୟାକେଜର ଶୁଭାରମ୍ଭ ହେବ । ଏଥିରେ ୭ ରାତି ଓ ୮ ଦିନ ରହିଛି । ଆଇଆରସିଟିସି ତରଫରୁ ଆପଣଙ୍କର ଯିବା ଆସିବା ପାଇଁ ଫ୍ଲାଇଟ ସୁବିଧା କରାଯିବ । ଯାତ୍ରୀଙ୍କ ରହିବା ପାଇଁ ୩ ତାରକା ହୋଟେଲର ବ୍ୟବସ୍ଥା କରାଯିବ । ଏଥିରେ ଆପଣଙ୍କୁ ପାଟନାରୁ ଯାତ୍ରା କରିବାକୁ ପଡ଼ିବ ।

ଏହି ପ୍ୟାକେଜ ପାଇଁ ଜଣେ ଯାତ୍ରୀଙ୍କୁ ୧,୨୫,୨୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଦୁଇ ଜଣଙ୍କ ପାଇଁ ଜଣେ ବ୍ୟକ୍ତି ପିଛା ୧,୦୭,୨୬୮ ଓ ତିନି ଜଣଙ୍କ ପାଇଁ ଜଣ ପିଛା ୧,୦୭,୨୬୮ ଟଙ୍କା ଦେବାକୁ ପଡ଼ିବ । ଯଦି ଆପଣ ଛୋଟ ପିଲାଙ୍କ ସହ ଯାତ୍ରା କରିବେ ତେବେ ବେଡ ସହ ୯୬,୧୮୦ ଓ ବିନା ବେଡ ପାଇଁ ୮୫,୧୬୬ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ୟାକେଜ ବୁକିଂ ପାଇଁ ଆପଣଙ୍କୁ ଆଇଆରସିଟିସିର ଅଫିସିଆଲ ୱେବସାଇଟ irctctourism.comକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.