fbpx

ବାୟୁସେନାର ବଡ଼ ନିଷ୍ପତ୍ତି: ଏୟାର ବେସ୍ ର ସୁରକ୍ଷା ପାଇଁ କିଣାଯିବ ୧୦୦ UAV

ଭାରତୀୟ ବାୟୁସେନା ଦେଶର ବିଭିନ୍ନ ସ୍ଥାନରେ ଥିବା ଏୟାରବେସର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛି । ଏୟାରଫୋର୍ସର ଏହି ପଦକ୍ଷେପ ଦ୍ୱାରା ଏୟାର ବେସ୍ ର ସୁରକ୍ଷା ସହ ଆକାଶରୁ ବେସ୍ ଉପରେ ନଜର ମଧ୍ୟ ରଖାଯାଇପାରିବ । ଶତ୍ରୁ ଦେଶ ଏବଂ ଆତଙ୍କବାଦୀଙ୍କ ଚକ୍ରାନ୍ତକୁ ସମୟ ପୂର୍ବରୁ ବିଫଳ କରାଯାଇପାରିବ । ଗତବର୍ଷ ଜମ୍ମୁ-କାଶ୍ମୀର ଏୟାରବେସ୍ ରେ ଆକ୍ରମଣ ପରେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରକୃତରେ ଭାରତୀୟ ବାୟୂସେନା ୧୦୦ UAVs ବା UAS କିଣିବା ପାଇଁ ନିର୍ଣ୍ଣୟ ନେଇଛି । ଅତ୍ୟାଧୁନିକ ଡ୍ରୋନ୍ ଦ୍ୱାର ବେସ୍ ର ସୁରକ୍ଷା ସହ ଆକାଶ ମାର୍ଗରୁ ନଜର ମଧ୍ୟ ରଖାଯାଇପାରିବ । ଏହା ଶତ୍ରୁର କୌଣସିବି ଷଡ଼ଯନ୍ତ୍ରକୁ ବିଫଳ କରିବାରେ ସହାୟକ ହେବ ।

ସୂଚନା ଅନୂଯାୟୀ, ଏହି ମିନି ଡ୍ରୋନ୍ ସିଷ୍ଟମ ଦ୍ୱାରା ୨୪ ଘଣ୍ଟା ଏୟାର ବେସ୍ ଉପରେ ନଜର ରଖାଯାଇପାରିବ । ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଅତ୍ୟଧିକ ଉଚ୍ଚତାରୁ ମଧ୍ୟ ସ୍ପଷ୍ଟ ଭାବରେ ନଜର ରଖାଯାଇପାରିବ । କୁହାଯାଉଛି ଏହି ଡ୍ରୋନ୍ ମଣିଷ ଆକାରର ଟାର୍ଗେଟକୁ ଅନେକ ଦୂରରୁ ଧ୍ୱଂସ କରିପାରେ ।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୦୨୧ ରେ ଜମ୍ମୁ-କାଶ୍ମୀର ସ୍ଥିତ ବାୟୁସେନା ଠିକଣା ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ବିସ୍ଫୋଟକ ଥିବା ୨ ଡ୍ରୋନ୍ ବେସ୍ ରେ ଥିବା ବିଲ୍ଡିଂ ଛାତରେ ପଡ଼ିଥିଲା । ଯାହା ଫଳରେ ବ୍ୟାପକ କ୍ଷତି ହୋଇଥିଲା । ଯାହାପରେ ସୈନ୍ୟ ଠିକଣାର ସୁରକ୍ଷା ପାଇଁ ଆଧୁନିକ ଟେକନିକର ସାହାଯ୍ୟ ନେବା ପାଇଁ ଯୋଜନା କରାଯାଇଥିଲା ।

Get real time updates directly on you device, subscribe now.