fbpx
BSKY SKY
BSKY SKY

ବାଇକରେ ଆସିଲେ ୧କେଜି ସୁନା ଲୁଟିଲେ!

BSKY

ବାସୁଦେବପୁର: ରାଜ୍ୟରେ ଦିନକୁ ଦିନ ଚୋରି ହାରାଜାନୀ ଭଳି ଘଟଣା ବଢିବାର ଲାଗିଛି । ଫଳରେ ସାଧାରଣ ଜନତା ଭୟରେ ନିଜ ଜୀବନ ଅତିବାହିତ କରୁଛନ୍ତି । ତେବେ ଏହାରି ମଧ୍ୟରେ ଆଜି ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ଏକ ଦୋକାନ ସାମ୍ନାରୁ ୧ କେଜି ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ବାସୁଦେବ ପୁର ଅଞ୍ଚଳର ବେତଡା ବଜାର ସ୍ଥିତ ଏକ ଜୁଏଲାରୀ ଦୋକାନ ସମ୍ମୁଖରୁ ୧ କେଜି ସୁନା ଲୁଟ୍ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ । ତେବେ ଦୋକାନ ସମ୍ମୁଖରେ ବ୍ୟାଗ ରଖି ୱାର୍କସପ୍ କୁ ଚାବି ଆଣିବାକୁ ଯାଇଥିବାବେଳେ ଏହି ଲୁଟ୍ ହୋଇଛି । ୨ଜଣ ଦୁବୃତ୍ତ ବାଇକରେ ଆସି ସୁନା ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହତ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ଏହି ୨ ଜଣ ଦୁବୃତ୍ତ କିଏ ଏବଂ ଏହି ଲୁଟ ପଛରେ ଆଉ କାହାର ହାତ ଅଛି କି ନାହିଁ ଏହି ସବୁର ଉତ୍ତର ଖୋଜୁଛି ପୋଲିସ ।

Get real time updates directly on you device, subscribe now.