fbpx

Disney+ Starରେ ଦେଖିପାରିବେ ଏସିଆ କପର ସବୁତକ ମ୍ୟାଚ: ମାତ୍ର ୯୯ ଟଙ୍କାରେ ସବସ୍କ୍ରିପସନ

AAKASH

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଯାଇଛି ଏସିଆ କପ୍-୨୦୨୨ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ତେବେ ଏହାର ସମସ୍ତ ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଜିଟାଲ ପ୍ଲାଟଫର୍ମ ଡିସନୀ ହଟଷ୍ଟାରରେ ଟେଲିକାଷ୍ଟ କରାଯିବ । ତେବେ ଏସିଆ କପକୁ ନଜରରେ ରକି ଗ୍ରାହକମାନଙ୍କ ପାଇଁ ଏକ ଖାସ ରିଚାର୍ଜ ପ୍ଲାନ ଦେଇଛି ହଟଷ୍ଟାର । ଏସିଆ କପ ଦେଖିବା ପାଇଁ ହଟଷ୍ଟାର ୯୯ ଟଙ୍କାର ଏକ ପ୍ଲାନ ଲଞ୍ଚ କରିଛି ।

ତେବେ କଷ୍ଟମର ଏହି ପ୍ଲାନ ଦ୍ୱାରା କେବଳ ଗୋଟିଏ ମୋବାଇଲରେ ହିଁ ହଟଷ୍ଟାର କଣ୍ଟେଣ୍ଟ ଷ୍ଟ୍ରିମ କରିପାରିବେ । ବର୍ତ୍ତମାନ ହଟଷ୍ଟାରର ପ୍ଲାନ ୧୪୯, ୪୯୯ ଏବଂ ୧୪୯୯ ଟଙ୍କା ରହିଛି । କେବଳ ଏସିଆ କପ ପାଇଁ ଏକ ବଡ ଡିସ୍କାଉଣ୍ଟ ସହିତ ଏହି ପ୍ଲାନ ଲଞ୍ଚ କରିଛି ହଟଷ୍ଟାର । ମାତ୍ର ୯୯ ଟଙ୍କାର ଏହି ପ୍ଲାନରେ ଆପଣ କେବଳ ସିଙ୍ଗଲ ଡିଭାଇସରେ ହଟଷ୍ଟାର ଷ୍ଟ୍ରିମ କରିପାରିବେ । ତେବେ ୩୩ ପ୍ରତିଶତର ରିହାତି ସହିତ କଷ୍ଟମରଙ୍କୁ ଏହି ପ୍ଲାନ ଅଫର କରିଛି କମ୍ପାନୀ ।

ସେହିପରି ୧୪୯ ଟଙ୍କାର ପ୍ଲାନରେ କଷ୍ଟମରଙ୍କୁ ସିଙ୍ଗଲ ସ୍କ୍ରିନ ମିଳିଥାଏ । ଏଥିରେ ଖେଳ, ହଟଷ୍ଟାର ସ୍ପୋଶାଲ, ଡିସନୀ ଟାଇଟଲ୍ସ, ଆମେରିକୀୟ ଟିଭି ଶୋ’ ଏବଂ ସିନେମାର ଲାଇଭ ଷ୍ଟ୍ରିମିଙ୍ଗ ଦେଖିବାକୁ ମିଳିବ । ତେବେ ଷ୍ଟ୍ରିମିଙ୍ଗ ସେବା ବର୍ତ୍ତମାନ ୫୦ ଟଙ୍କା ରିହାତି ସହ ୯୯ ଟଙ୍କାରେ ପ୍ରଦାନ କରୁଛି ।

Get real time updates directly on you device, subscribe now.