fbpx
BSKY
BJD YOUTH SKY
BJD MS SKY

ଦୁନିଆର ସବୁଠୁ ଦାମୀ ହୋଟେଲ, ଗୋଟିଏ ଦିନର ଭଡ଼ା ୨୦ ଲକ୍ଷ !

ଏମିତିରେ ତ’ ଦୁନିଆରେ ଅନେକ ବିଳାସପୂର୍ଣ୍ଣ ହୋଟେଲରେ ଅଛି, କିନ୍ତୁ ବୁର୍ଜ ଅଲ ଅରବ(Burj Al Arab) ହୋଟେଲର କଥା ଅଲଗା । ବିଳାସପୂର୍ଣ୍ଣ ସୁବିଧା ପାଇଁ ପ୍ରସିଦ୍ଧ ଏହି ହୋଟେଲ ଦୁବାଇରେ ରହିଛି । ଏହି ହୋଟେଲରେ ଗୋଟିଏ ଦିନର ଭଡ଼ା ୨୦ ଲକ୍ଷ ଟଙ୍କା ରହିଛି । କିନ୍ତୁ ନିକଟରେ ଜଣେ ୟୁଟ୍ୟୁବର ଏହି ହୋଟେଲରେ ରହିଥିଲେ ଏବଂ ଲୋକଙ୍କୁ ଏହାର ବିଶେଷତ୍ୱ କହିଥିଲେ ।

ସେ କହିଥିଲେ ଯେ ବୁର୍ଜ ଅଲ ଅରବରେ ରୁମ୍ ଭଡ଼ା ୨୦ ଲକ୍ଷ ଦେବାକୁ ପଡ଼ିଥାଏ । ଏହା ଭିତରେ ଅନେକ ରୁମ୍ ରହିଥାଏ । ଏହି ରୁମ୍ ହାଇଟେକ୍ ସୁବିଧା ମିଳିଥାଏ । ବାଥରୁମ୍ ରୁ ନେଇ ବେଡରୁମ୍ ପ୍ରତିଟି କୋଣ ଆକର୍ଷଣୀୟ ହୋଇଥାଏ । ଏମିତିରେ ଅନେକ ସ୍ଥାନରେ ସୁନାର କାରଗରୀ ଦେଖିବାକୁ ମିଳେ । ହୋଟେଲ ଭିତରେ ଏବଂ ବାହାର ନଜାରା ଦେଖିବାକୁ ଆଖି ଖସାଇଦେଲାଭଳି ।

ବୁର୍ଜ ଅଲ ଅରବକୁ ଦୁନିଆର ଏକମାତ୍ର ‘୭ ଷ୍ଟାର’ ହୋଟେଲ ମଧ୍ୟ କୁହାଯାଏ । ଏହାର ଛାତରେ ହେଲୀପ୍ୟାଡ୍ ମଧ୍ୟ ରହିଛି । ସୁବିଧା କହିବାକୁ ଗଲେ ଏହି ହୋଟେଲ ଅନେକ ନାମ ରେକର୍ଡ ରକିଛି । ଏହି ଭିଡିଓକୁ କେଜ୍ରି ଏକ୍ସୱାଇଜେଡ୍ ନାମକ ୟୁଟ୍ୟୁବ୍ ଚାନେଲରେ ଅପଲୋଡ କରାଯାଇଛି । ଭିଡିଓରେ ୟୁଟ୍ୟୁବର୍ ଦୁବାଇର ବୁର୍ଜ ଅଲ ଅରବ ହୋଟେଲରେ ଏକ୍ସପ୍ଲୋର କରୁଥିବାର ନଜର ଆସିଛନ୍ତି । ଉଚ୍ଚତାରୁ ହୋଟେଲରେ ପୂରା ସହରର ନଜାରା ଦେଖିବା ଭଳି । ଆଉ ଏହି ହୋଟେଲର ଭବ୍ୟତା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅବଶ୍ୟ ଏହି ରୁମ୍ କୁ ଏବେ ବୁକ୍ କରାଯାଇପାରିବ ନାହିଁ । ଏହାକୁ ମ୍ୟୁଜିୟମ ଭଳି ପରିବର୍ତ୍ତିତ କରାଯାଇଛି । ଟୁରିଷ୍ଟ ଏହାକୁ ଦେଖିପାରିବେ ।

Get real time updates directly on you device, subscribe now.