fbpx
BSKY
BJD YOUTH SKY
BJD MS SKY

ମଙ୍ଗଳ ଗ୍ରହର ପଥରରେ ମିଳିଲା ପାଣିର ସନ୍ଧାନ: NASA ରୋଭର ର ବଡ଼ ଖୋଜ୍

ନୂଆଦିଲ୍ଳୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା(NASA)ର ପର୍ସିଭରେନ୍ସ ରୋଭର (Perseverance Rover) ମଙ୍ଗଳ ଗ୍ରହ ରେ ଏକ ବଡ଼ ପ୍ରମାଣ ଖୋଜିଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଲାଲ ଗ୍ରହ ମଙ୍ଗଳ(MARS)ରେ ପାଣିର ଦୁନିଆ ଥିଲା । ରୋଭର ମଙ୍ଗଳ ଗ୍ରହର ଜେଜେରୋ କ୍ରେଟରରେ ସେହି ପଥରର ଖୋଜ୍ କରିଛି ଯେଉଁଥିରେ ଜୀବନ ସହ ସମ୍ବଳିତ ପ୍ରମାଣ ଥାଇପାରେ ।

ବୈଜ୍ଞାନିକଙ୍କ କହିବା ଅନୂଯାୟୀ ମଙ୍ଗଳ ଗ୍ରହର ପୃଷ୍ଠଭୂମି ଗୋଟିଏ ସମୟରେ ପାଣିରେ ଭରି ରହିଥିଲା । କୁହାଯାଉଛି ଯେ ଏହି ଚଟାଣକୁ ପାଣି ବଦଳାଇଦେଇଛି । ଫଳରେ ଏଥିରୁ ପ୍ରମାଣ ମିଳିଛି ଯେ ଲାଲ ଗ୍ରହରେ ପ୍ରକୃତରେ ଗୋଟିଏ ସମୟରେ ପାଣି ରହିଥିଲା । ରୋଭର ଏହାର ନମୁନା ସଂଗ୍ରହ କରିଛି ଏବଂ ଏହା ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି । ନ୍ୟୁଜ୍ ୱିକ୍ ର ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସରେ ‘ଜେଜେରୋ କ୍ରେଟର: ମଙ୍ଗଳ ପୃଷ୍ଠରେ ଜଳୀୟ ରୂପରୁ ପରିବର୍ତ୍ତିତ ଆଗ୍ନେୟ ପଥର’ ନାମକ ଏକ ଅଧ୍ୟୟନ ପ୍ରକାଶିତ ହୋଇଛି ।  ଏହି ଗବେଷଣାରେ ଜଣାପଡ଼ିଛି ଯେ ଏହି ଆଗ୍ନେୟ ପଥର ଦୁଇ ଭିନ୍ନ ଭିନ୍ନ ରୂପରେ ଉପସ୍ଥିତ ରହିଛନ୍ତି । ଏହାର ଖୋଜ୍ ବିଶେଷଜ୍ଞଙ୍କୁ ଚକିତ କରିଛି ।

ନାସାର ପର୍ସିଭରେନ୍ସ ରୋଭରର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଶୁକ୍ରବାର ଟ୍ୱିଟ୍ କରି ପୋଷ୍ଟ ସେୟାର କରାଯାଇଥିଲା ।

Get real time updates directly on you device, subscribe now.