fbpx
BSKY SKY
BSKY SKY

ଦୁଇ ଜାଗାରେ ଦେହରେ ଅଛି ତିନୋଟି କିଡନୀ: ଅଲଟ୍ରାସାଉଣ୍ଡରୁ ଆସିଲା ଭୟଙ୍କର ରିପୋର୍ଟ

BSKY

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକଙ୍କୁ ଆଶ୍ଚର୍ଯ୍ୟ ବୋଲି କୁହାଯାଉଛି । ତାଙ୍କ ଶରୀରର ଗଠନ ଅନ୍ୟ ମଣିଷମାନଙ୍କ ଭଳି ନୁହେଁ ବୋଲି ଚର୍ଚ୍ଚା ହେଉଛି । କାରଣ ତାଙ୍କ ଶରୀରରେ ତିନୋଟି କିଡନୀ ରହିଛି । ମଣିଷ ଶରୀରରେ ୨ଟି କିଡନୀ ରହିଥିବା ବେଳେ ତାଙ୍କ ଦେହରେ ଥିବା ଏହି ତୃତୀୟ କିଡନୀ ତାଙ୍କୁ ଅନ୍ୟମାନଙ୍କଠୁ ଅଲଗା କରିଛି । ଏହି ମାମଲା କେବଳ ସାଧାରଣ ଲୋକଙ୍କୁ ନୁହେଁ, ଡାକ୍ତରମାନଙ୍କୁ ମଧ୍ୟ ଚକିତ କରି ଦେଇଛି ।

ସୂଚନା ଅନୁଯାୟୀ, କିଛି ଦିନ ତଳେ କାନପୁର ମହାନଗରର ସୁଶୀଲ ଗୁପ୍ତା ନିଜ ଗାଲ୍ ବ୍ଲାଡର ଅପରେସନ କରିବା ପାଇଁ ଅଲଟ୍ରାସାଉଣ୍ଡ କରାଇଥିଲେ । କିନ୍ତୁ ଏହି ଅଲଟ୍ରାସାଉଣ୍ଡରେ ଏକ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଥିଲା । ସୁଶୀଲଙ୍କ ଶରୀରରେ ଦୁଇଟି କିଡନୀ ଜାଗାରେ ତିନୋଟି କିଡନୀ ରହିଥିବା ଜାଣିବାକୁ ମିଳିଥିଲା । ତେବେ ଏହି ମାମଲାକୁ ସେ ସମୟରେ ବିଶେଷ ଧ୍ୟାନ ଦେଇନଥିଲେ ସୁଶୀଲ । କିଛି ମାସ ପରେ ପୁଣିଥରେ ନିଜ ଅଲଟ୍ରାସାଉଣ୍ଡ କରାଇବାରୁ ସମାନ ରିପୋର୍ଟ ମିଳିଥିଲା ।

सभी अंगों को दान करने का लिया है संकल्प

ତେବେ ତୃତୀୟ କିଡନୀ ପାଇଁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିନାହିଁ । ଅନ୍ୟମାନଙ୍କ ପରି ସେ ମଧ୍ୟ ସାଧାରଣ ଜୀବନଯାପନ କରୁଛନ୍ତି । ତେବେ ପ୍ରଥମରୁ ହିଁ ସେ ନିଜ ଚକ୍ଷୁଦାନ କରିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ । ତେବେ ତୃତୀୟ କିଡନୀ ବିଷୟରେ ଜାଣିବା ପରେ ଏହାକୁ ମଧ୍ୟ ଦାନ କରିବା ପାଇଁ ସେ ସଂକଳ୍ପ କରିଛନ୍ତି । କୌଣସି ବ୍ୟକ୍ତିଙ୍କୁ କିଡନୀର ଆବଶ୍ୟକତା ପଡିଲେ ସେ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏହାବ୍ୟତୀତ ମୃତ୍ୟୁ ପରେ ସମସ୍ତ ଅଙ୍ଗଦାନ କରିବା ପାଇଁ ସଂକଳ୍ପ କରିଛନ୍ତି ସୁଶୀଲ ଗୁପ୍ତା ।

Get real time updates directly on you device, subscribe now.