fbpx
BSKY SKY
BSKY SKY

ମଶାଣିରୁ ଜୀଇଁ ଉଠିଲା ୩ ବର୍ଷର ଝିଅ, କିନ୍ତୁ ପୁଣି ହେଲା ମୃତ୍ୟୁ

BSKY

ଅନେକ ସମୟରେ ଶବ ମଶାଣିରେ ଜୀବିତ ହେବା କଥା ଆପଣ ଶୁଣିଥିବେ । କିନ୍ତୁ କ’ଣ ଜଣେ ୩ ବର୍ଷର ଶିଶୁ ମଶାଣିରେ ଜୀବିତ କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୩ ବର୍ଷର ଶିଶୁଙ୍କୁ ଡାକ୍ତର ହସ୍ପିଟାଲରେ ମୃତ ଘୋଷଣା କରିଥିଲେ, ଆଉ ସେହି ୩ ବର୍ଷର ଶିଶୁକନ୍ୟାର ଅନ୍ତିମ ସଂସ୍କାର ବେଳେ ଜୀବିତ ହୋଇଉଠିଥିଲା । ପେଟରେ ସଂକ୍ରମଣ ହେବା କାରଣରୁ ତା’ଙ୍କର ମୃତ୍ୟୁ ହୋଇଥିବା ନେଇ କହିଥିଲେ ଡାକ୍ତର ।

ଘଟଣା ସେଣ୍ଟ୍ରାଲ ମେକ୍ସିକୋର ଘଟିଛି । ଏଠାରେ କାମିଲା ରକ୍ସନା ମେଣ୍ଡୋଜା ନାମକ ଜଣେ ଝିଅକୁ ୧୨ ଘଣ୍ଟା ପୂର୍ବରୁ ମୃତ ଘୋଷଣା କରିଥିଲେ ଡାକ୍ତର । ‘ଦ ମିରର୍’ ର ଏକ ରିପୋର୍ଟ ଅନୂଯାୟୀ । କାମିଲାଙ୍କ ମା’ ମେରୀ ଜେନ୍ କାମିଲାଙ୍କୁ ସ୍ଥାନୀୟ କମ୍ୟୁନିଟି ହସ୍ପିଟାଲରେ ଭର୍ତ୍ତିକରିଥିଲେ ଏବଂ ଝିଅର ମୁଣ୍ଡବିନ୍ଧା, ବାନ୍ତି ହେଉଥିବା ଏବଂ ପେଟ କାଟୁଥିବା ନେଇ ଡାକ୍ତରଙ୍କୁ ଜଣାଇଥିଲେ । ଡାକ୍ତର ତାଙ୍କୁ କିଛି ପାରାସିଟାମଲ୍ ଏବଂ ଡିହାଇଡ୍ରେସନ ପାଇଁ ଔଷଧ ଲେଖିଥିଲେଯାହାପରେ ସେ ଘରକୁ ଫେରିଥିଲେ । କିନ୍ତୁ ଏହାପରେ ବି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁଧୁରିନଥିଲା । ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସେହି ହସ୍ୱିଟାଲକୁ ନିଆଯାଇଥିଲା ଏବଂ ଆଡମିଟ୍ କରାଯାଇଥିଲା । କିନ୍ତୁ ଡାକ୍ତର ପରେ ମୃତ ଘୋଷଣା କରିଥିଲେ ।

ଏହାପରେ କାମିଲାଙ୍କ ଅନ୍ତିମ ସଂସ୍କାର ବେଳେ ଜଣେ ନର୍ସ କାମିଲା ଜୀବିତ ଥିବା ନେଇ ଜାଣିବାକୁ ପାଇଥିଲେ । ମେରୀଙ୍କ ମା’ ମଧ୍ୟ କାମିଲା ଜୀବିତ ଥିବା ନେଇ କହିଥିଲେ । ଯାହାପରେ ତାଙ୍କୁ ପୁଣି ଥରେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଏଥର ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Get real time updates directly on you device, subscribe now.