fbpx
BSKY SKY
BSKY SKY

ଓଡିଶା ପୋଲିସ ପଦବୀ ପାଇଁ ବମ୍ପର ନିଯୁକ୍ତି: ରାଜ୍ୟରେ ଖୋଲିବ ୩୬ଟି ନୂଆ ପୋଲିସ ଷ୍ଟେସନ

BSKY

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଜନସଂଖ୍ୟା ଏବଂ ଅପରାଧକୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡିଯାଇଛି । ତେଣୁ ଓଡିଶାରେ ଆହୁରି କିଛି ଥାନା ଖୋଲିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ୩୬ଟି ନୂଆ ଥାନା ଖୋଲିବା ଦ୍ୱାରା ଓଡିଶାବାସୀଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ମଧ୍ୟ ମିଳିପାରିବ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୬ଟି ପୋଲିସ ଷ୍ଟେସନ ଖୋଲିବେ ରାଜ୍ୟ ସରକାର । ଖୁବଶୀଘ୍ର ଏହାକୁ ଖୋଲି କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନୁଗୁଳର ବାଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ୱରର ଗୋପାଳପୁର ଓ ଅନନ୍ତପୁର, ବରଗଡ଼ର ବରଗଡ଼ ଗ୍ରାମାଞ୍ଚଳ ସହିତ ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର ଅଞ୍ଚଳରେ ନୂଆ ଥାନା ଖୋଲାଯିବ । ସେହିପରି ବୌଦ୍ଧର ଘଣ୍ଟାପଡ଼ା, ଭୁବନେଶ୍ୱର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର ଏବଂ ଦେବଗଡ଼ର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡ଼ା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର ଇତ୍ୟାଦି ଅଞ୍ଚଳରେ ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ।

ତେବେ ବର୍ତ୍ତମାନ ଥିବା ଥାନାଗୁଡିକର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପଗ୍ରେଡେସନ୍ କରାଯାଇ ଏ ସମସ୍ତ ନୂଆ ଥାନା ସୃଷ୍ଟି କରାଯାଇଛି । ତେଣୁ ଏଥିପାଇଁ ଇନସ୍ପେକ୍ଟରଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ୫୬୩ଟି ନୂଆ ପଦବୀ ପାଇଁ ନିଯୁକ୍ତିର ସୁଯୋଗ ମିଳିପାରିବ । ଏହି ୩୬ଟି ନୂଆ ଥାନା ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡ଼ିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରୁଛନ୍ତି ।

Get real time updates directly on you device, subscribe now.