fbpx
BSKY
BJD YOUTH SKY
BJD MS SKY

ଡାଟା ବିକ୍ରି କରିବନି IRCTC: ଯୋଜନା ରଦ୍ଧ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଗ୍ରାହକଙ୍କ ଡାଟାରୁ ଆୟ କରିବାର ଯୋଜନା ରଦ୍ଧ କରିଛି IRCTC। ନିଜ ଗ୍ରାହକଙ୍କ ଗୋପନୀୟତାକୁ ଦେଖି ଏହି ନିର୍ଣ୍ଣୟ ନେଇଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱରେ ସଂସଦୀୟ ପ୍ୟାନେଲକୁ ପ୍ରଦାନ କରିଛନ୍ତି । ଏନେଇ ଚଳିତ ଦ୍ୱିତୀୟ ଅର୍ଦ୍ଧବାର୍ଷିକରେ ଟେଣ୍ଡର ପ୍ରକ୍ରିୟା କରାଯାଇଥାନ୍ତି । ଆଇଆରସିଟିସି ଏବେ ଘୋଷଣା କରିଛି ଯେ ସେ ୟୁଜର୍ସଙ୍କ ଡାଟାକୁ ମନିଟାଇଜ୍ କରିବ ନାହିଁ ।

୧୦ କୋଟିରୁ ଅଧିକ ଗ୍ରାହକଙ୍କ ଡାଟାର ବ୍ୟବହାର କରିବା ପାଇଁ ଆଇଆରସିଟିସିର ଯୋଜନା ରହିଥିଲା । ତେବେ ଆଇଆରସିଟିସି ଦାବି କରିଛି ଯେ ସେ ଭାରତ ସରକାରଙ୍କ ଦ୍ୱାରା ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଧେୟକ ୨୦୧୮କୁ ଫେରାଇନେବା କାରଣରୁ ୟୁଜରଙ୍କ ଡାଟା ମନିଟାଇଜ୍ କରିବା ନିଷ୍ପତ୍ତିକୁ ଫେରାଇ ନେଇଛି । ଏହାଦ୍ୱାରା ୧୦୦୦ କୋଟି ଟଙ୍କାର ରାଜସ୍ୱ ଲାଭ ହୋଇଥାନ୍ତା । ଏହି ଡାଟାରେ ନାମ, ବୟସ, ମୋବାଇଲ ନମ୍ବର ଇତ୍ୟାଦି ସାମିଲ୍ ଥିଲା ।

 

Get real time updates directly on you device, subscribe now.