fbpx
BSKY SKY
BSKY SKY

Food Corporation ରେ ବଡ଼ ନିଯୁକ୍ତି ସୁଯୋଗ, ମ୍ୟାନେଜର ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

BSKY

ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆରେ ଚାକିରି ଖୋଜୁଥିବା ଇଚ୍ଛୁକ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ନିଗମରେ ବିଭିନ୍ନ ଜୋନ୍ ରେ ଭିନ୍ନ ଭିନ୍ନ ବିଭାଗରେ ଗ୍ରେଡ ୨ ମ୍ୟାନେଜର ପାଇଁ ସମୁଦାୟ ୧୧୩ ପଦରେ ଆବେଦନ ରହିଛି । ଏଥିପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ଆବେଦନ ୨୭ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶୟୀ ଏହି ପଦ ପାଇଁ ଆବେଦନ କରିପାରିବେ । ତେବେ ଅନଲାଇନ୍ ଆବେଦନ କରିବା ପାଇଁ ଶେଷ ତାରିଖ ୨୬ ସେପ୍ଟେମ୍ବର ୨୦୨୨ ସନ୍ଧ୍ୟା ୪ଟା ରହିଛି । ଏଥିପାଇଁ recruitmentfci.in ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ: ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆରେ ମ୍ୟାନେଜର ପଦରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ୮୦୦ ଟଙ୍କା ଫିସ୍ ଦେବାକୁ ପଡ଼ିବ ।

ଆୟୁ ସୀମା: ଆଶାୟୀଙ୍କ ଆୟୁ ୧ ଅଗଷ୍ଟ ୨୦୨୨ ରେ ୨୮ ବର୍ଷ ରୁ ଅଧିକ ହୋଇନଥିବା ଦରକାର । ସଂରକ୍ଷିତ ବର୍ଗଙ୍କ ପାଇଁ ଛାଡ଼ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.