fbpx

ସୌର ମଣ୍ଡଳ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ୍…

ନୂଆଦିଲ୍ଳୀ: ପ୍ରଥମ ଥର ସୌର ମଣ୍ଡଳ ବାହାରେ କୌଣସି ଗ୍ରହର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ମିଳିଛି । ଏହି ଖୋଜ୍ ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ କରିଛି । ଯେଉଁ ଗ୍ରହରେ ଏହି ଗ୍ୟାସ୍ ମିଳିଛି ତାହା ଆମର ସୂର୍ଯ୍ୟ ଭଳି ତାରାର ଚାରିପାଖରେ ବୁଲୁଛି ।

ଆମର ସୌର ମଣ୍ଡଳ ବାହାରେ ଏକ ଏଭଳି ଗ୍ରହ ମିଳିଛି, ଯାହାର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ରହିଛି । ଏହି ଗ୍ରହକୁ ଜେମ୍ସ ୱେବ ଟେଲିସ୍କୋପ୍ ସନ୍ଧାନ କରିଛି । ଏହି ଗ୍ରହ ଏକ ଗ୍ୟାସ ପିଣ୍ଡ ଯାହା ଆମ ସୂର୍ଯ୍ୟ ଭଳି ତାରାର ଚାରିପାଖରେ ବୁଲୁଛି ।

ବୈଜ୍ଞାନିକମାନେ କାର୍ବନ ଡାଇଅକ୍ସାଇଡ ଥିବା ଏହି ଗ୍ରହକୁ ଡବ୍ଲୁଏଏସପି-୩୯ ବି ନାମ ଦେଇଛନ୍ତି । ଏହାର ଓଜନ ଆମର ସୌର ମଣ୍ଡଳରେ ଜୁପିଟର(ବୃହସ୍ପତି) ଗ୍ରହର ଏକ ଚତୁର୍ଥାଂଶ । କିନ୍ତୁ ବ୍ୟାସ ବୃହସ୍ପତିଠାରୁ ୧.୩ ଗୁଣା ଅଧିକ ।

ଏଠାରେ ତାପମାତ୍ରା ପ୍ରାୟ ୯୦୦ ଡିଗ୍ରୀ ସେଲସିୟସ । ଏହି ଗ୍ରହ ନିଜ ତାରା ଚାରିପାଖରେ ଚାରି ଦିନରେ ଥରେ ପରିକ୍ରମା କରିଥାଏ । ଅର୍ଥାତ ଏହାର ପରିକ୍ରମା ପୃଥିବୀର ଚାରିଦିନ ସହ ସମାନ । ୨୦୧୧ ଏହି ଗ୍ରହର ସନ୍ଧାନ ମିଳିଥିଲେ ବି ଏବେ ଏହାର ଫଟୋ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.