fbpx

ଆଉ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା

ବିହାର: ଦେଶରେ ବଢୁଥିବା ଅପରାଧକୁ ଲକ୍ଷ୍ୟ କରି ଧିରେ ଧିରେ ଆକ୍ସନ ମୋଡ ନେଉଛି ପ୍ରଶାସନ । ବିଶେଷ କରି ନିଜ କାମ ଏବଂ ଦେଶ ସହିତ ବେଇମାନୀ କରୁଥିବା କର୍ମଚାରୀମାନେ ଏବେ ରହିଛନ୍ତି ହିଟ ଲିଷ୍ଟରେ । ଏହି ମିଶନ ଭିତରେ ଆଉ ଜଣେ ସରକାରୀ ଯନ୍ତ୍ରୀଙ୍କୁ କାବୁ କରିଛି ଭିଜିଲାନ୍ସ । ଏହାପରେ ତାଙ୍କ ବାସଭବନରେ ଚଢାଉ ଜାରି କରିଛି । ଚଢାଉ ସମୟରେ ଘରୁ ପୁଳା ପୁଳା ନଗଦ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ପାଟଣାର ରୂପସପୁରରେ ଅବସ୍ଥିତ କିଶାନଗଞ୍ଜରେ ଗ୍ରାମୀଣ କାର୍ୟ୍ୟ ବିଭାଗର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରାୟଙ୍କ ଏବେ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି । ସଞ୍ଜୟଙ୍କ ବାସଭବନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଚଢାଉରେ ଏପର୍ଯ୍ୟନ୍ତ ପ୍ରାୟ ଏକ କୋଟି ନଗଦ ଟଙ୍କା ସହ ଜମି କାଗଜପତ୍ର ଓ ଅଳଙ୍କାର ମଧ୍ୟ ଜବତ କରାଯାଇଥିବା ବେଳେ ଚଢାଉ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏହି ଚଢ଼ାଉର ନେତୃତ୍ୱ ନେଉଥିବା ଡିଏସପି ସୁଜିତ କୁମାର କହିଛନ୍ତି ଯେ, ସକାଳ ୧୦.୩୦ରୁ ଏହି ଚଢ଼ାଉ ଜାରି ରହିଛି । ପାଟନା ବ୍ୟତୀତ କିଶାନଗଞ୍ଜରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ ।

ପାଟନାସ୍ଥିତ ଘରୁ ପ୍ରାୟ ଏକ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ଏହାବ୍ୟତୀତ ବ୍ୟାଙ୍କ ବିବରଣୀ ମଧ୍ୟ ମିଳିଥିବା ବେଳେ ଚଢ଼ାଉ ଜାରି ରହିଛି । ତେବେ ଜବତ ସମ୍ପତ୍ତିର ମୂଲ୍ୟ ସମ୍ପୂର୍ଣ୍ଣ ଆକଳନ ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.