fbpx
BSKY
BJD MC SKY
BJD MS SKY

ପୋଷ୍ଟ ଅଫିସରେ ମିଳିବ ବଡ ନିଯୁକ୍ତି: ଗ୍ରାହକଙ୍କ ଘରେ ପହଞ୍ଚିବ ସରକାରୀ ସୁବିଧା, ଜାଣନ୍ତୁ ଯୋଜନା

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛି ଭାରତୀୟ ଡାକ । ସିଧା ଲୋକମାନଙ୍କ ଘରେ ସରକାରୀ ସୁବିଧା ପହଞ୍ଚାଇବାକୁ ପ୍ରୋଜେକ୍ଟସ ଏବଂ କୌଶଳ ଉପରେ କାମ ଜାରି ରହିଛି । ଏହା ସହିତ ଭାରତୀୟ ଡାକ ଚଳିତବର୍ଷ ୧୦ହଜାର ନୂଆ ପୋଷ୍ଟ ଅଫିସ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜ୍ଞାନକୌଶଳ ବ୍ୟବହାର କରି ଡାକଘରକୁ ଆଧୁନିକୀକରଣ କରିବା ପାଇଁ ବିଭାଗକୁ ୫,୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏ ନେଇ ସିଆଇଆଇ ସମ୍ମେଳନରେ ସଚିବ ଅମନ ଶର୍ମା ସୂଚନା ଦେଇଛନ୍ତି । ୨୦୧୨ରେ ଆରମ୍ଭ ହୋଇଥିବା ଆଇଟି ପରିଯୋଜନାକୁ ଆଗେଇ ନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି । ଅମନଙ୍କ କହିବା ଅନୁସାରେ, ଡାକ ଏବଂ ବିଭିନ୍ନ ସରକାରୀ ସୁବିଧା ସିଧାସଳଖ ଲୋକମାନଙ୍କ ଘରେ ପହଞ୍ଚିବା ନେଇ ଯୋଜନା ଚାଲିଛି ।

ଏହାବ୍ୟତୀତ ଡିଜିଟାଲ ଟ୍ରାନ୍ସଫର୍ମେସନ ଭବିଷ୍ୟତର ରାସ୍ତା ହେବ ବୋଲି କହିଛନ୍ତି ଅମନ ଶର୍ମା । କରୋନା ସମୟରେ ଆଇଟିର ବ୍ୟବହାର କରି ଲୋକମାନଙ୍କ ପାଖରେ ପ୍ରାୟ ୨୦,୦୦୦ କୋଟିରୁ ଅଧିକ ଟଙ୍କା ଡେଲିଭରୀ କରିଛନ୍ତି ବୋଲି ସେ ସୂଚନା ଦେଇଛି ।

ସେପଟେ ଦେଶରେ ପ୍ରାୟ ୧୦ହଜାର ନୂଆ ଡାକଘର ଖୋଲିବା ପାଇଁ ସରକାର ଅନୁମତି ମିଳିସାରିଛି । କମ୍ ସମୟରେ ଅଧିକରୁ ଅଦିକ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହି ବ୍ୟବସ୍ଥା କରୁଛନ୍ତି ସରକାର । ତେବେ ନୂଆ ପୋଷ୍ଟ ଅଫିସ ଖୋଲିବା ଦ୍ୱାରା ଏତିପାଇଁ ନୂଆ ନିଯୁକ୍ତି ମଧ୍ୟ ଉପଲବ୍ଧ ହେବ । ପ୍ରତ୍ୟେକ ୫ କି.ମି ମଧ୍ୟରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବା ପାଇଁ ସରକାର ଯୋଜନା କରୁଛନ୍ତି ।

Get real time updates directly on you device, subscribe now.