fbpx

(video)ମେଟ୍ରୋ ଭିତରେ ଗାଧୋଉଥିଲେ ଯୁବକ: ଅଟକାଇବାରୁ ଯାତ୍ରୀଙ୍କ ସହ କଲେ ମାରପିଟ୍

ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ ଏବେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଉଛି । ଫଳରେ ମେଟ୍ରୋ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି । ତେବେ ମେଟ୍ରୋ ଟ୍ରେନରେ ଏବେ ଏମିତି ଏକ ଭିଡିଓ ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ବ୍ୟକ୍ତି ଟ୍ରେନ ଭିତରେ ହିଁ ଗାଧୋଉଥିବାର ଏକ ଭିଡିଓ ଏବେ ଭାିରାଲ ହେବାରେ ଲାଗିଛି । ତେବେ ଅନ୍ୟ ଯାତ୍ରୀମାନେ ତାଙ୍କୁ ବିରୋଧ କରିବାରୁ ସେମାନଙ୍କ ସହ ସେ ମାରପିଟ୍ କରୁତିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ନ୍ୟୁ ୟର୍କ ସିଟିର ବୋଲି ଜଣାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଭିଡିଓକୁ @dailyinstavids ନାମକ ଏକ ଆକାଉଣ୍ଟରୁ ଅପଲୋଡ କରାଯାଇଛି । ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ ଭିତରେ ଏକ ବାଥିଙ୍ଗ ଟବରେ ଗାଧୋଉଥିବାର ଦେଖିବାକୁ ମିଳିଛି । ଏହାସହ ଏକ ବୋତଲ ଦ୍ୱାରା ସେ ଦେହରେ ପାଣି ଢାଳିବା ବେଳେ ଏଥିରୁ ପାଣି ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପଡିଥିଲା । ଯାହାକୁ ତୀବ୍ର ବିରୋଧ କରିଥିଲେ ସେହି ଯାତ୍ରୀ ।

ତେବେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଅଗଷ୍ଟ ୨୫ ତାରିଖରେ ଏହି ଭିଡିଓ ପୋଷ୍ଟ ହୋଇଥିବା ବେଳେ ଏହା ଏବେ ୩୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏହାସହିତ ଅନେକ ଲୋକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଲୋକ ଏହାକୁ ସ୍କ୍ରିପ୍ଟେଡ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.